ନୂଆଦିଲ୍ଲୀ: ସୋମବାର ଆମାଜନ ଇଣ୍ଡିଆ ଭାରତର 50ରୁ ଅଧିକ ଫୁଲଫିଲମେଣ୍ଟ ସେଣ୍ଟରରେ ପ୍ୟାକେଜିଙ୍ଗ ପାଇଁ ବ୍ୟବହୃତ ସମସ୍ତ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ହଟାଇବାକୁ ଘୋଷଣା କରିଛି । ଏଥିପାଇଁ କମ୍ପାନୀ ସେପ୍ଟେମ୍ବର 2019ରେ ସଂକଳ୍ପ ନେଇଥିଲା ଯେ 2020 ଜୁନ୍ ସୁଦ୍ଧା ସିଙ୍ଗଲ ୟୁଜ ପ୍ଲାଷ୍ଟିକର ବ୍ୟବହାରକୁ 100 ପ୍ରତିଶତ ବନ୍ଦ କରିବ ।
ଆମାଜନର ବଡ ପଦକ୍ଷେପ, ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟାନ - ଆମାଜନର ବଡ ପଦକ୍ଷେପ
ସୋମବାର ଆମାଜନ ଇଣ୍ଡିଆ ଭାରତର 50ରୁ ଅଧିକ ଫୁଲଫିଲମେଣ୍ଟ ସେଣ୍ଟରରେ ପ୍ୟାକେଜିଙ୍ଗ ପାଇଁ ବ୍ୟବହୃତ ସମସ୍ତ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ହଟାଇବାକୁ ଘୋଷଣା କରିଛି । ଅଧିକ ପଢନ୍ତୁ..
ଆମାଜନର ବଡ ପଦକ୍ଷେପ, ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟାନ
ଆମାଜନ ଇଣ୍ଡିଆ ନିଜସ୍ବ ଯୋଗାଣ ନେଟୱାର୍କରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ବ୍ୟାନ କରିବା ଦିଗରେ ଅନେକ ପଦକ୍ଷେପ ନେଇଛି । କମ୍ପାନୀ ଚଳିତବର୍ଷ ପ୍ରାରମ୍ଭରେ ଶତପ୍ରତିଶତ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ପ୍ୟାକେଜିଙ୍ଗ ପାଇଁ ପ୍ଲାଷ୍ଟିକ ବଦଳରେ ପେପରର ବ୍ୟବହାର କରିଥିଲା ।
ପ୍ରକାଶ ଥାଉ କି, ଆମାଜନ ଫୁଲଫିଲମେଣ୍ଟ ସେଣ୍ଟରର ସମସ୍ତ ପ୍ୟାକେଜିଂ 100 ପ୍ରତିଶତ ପୁନଃ ବ୍ୟବହାର ଯୋଗ୍ୟ ଅଟେ । ଏନେଇ ଆମାଜନ ଇଣ୍ଡିଆ ଏହାର ବିକ୍ରେତାଙ୍କୁ ଏ ସମ୍ପର୍କରେ ଅବଗତ କରାଉଛି।