ହାଇଦ୍ରାବାଦ: ତମ୍ବା ଏକ ପୁରାତନ ଧାତୁ ଭାବରେ ବିବେଚନା କରାଯାଏ ଯାହାର ଆଣ୍ଟିବ୍ୟାକ୍ଟେରିଆଲ୍ ଓ ଆଣ୍ଟିମାଇକ୍ରୋବାୟଲ୍ ଗୁଣ ରହିଛି । ତେଣୁ ଆମର ପୂର୍ବପୁରୁଷଙ୍କ ପାଇଁ ଏହାକୁ ଆମର ଦୈନନ୍ଦିନ ଜୀବନର ବ୍ୟବହାରରେ ଆଣିବା ଅତ୍ୟନ୍ତ ଜରୁରୀ ଥିଲା । ଆମେ ଖାଦ୍ୟ ଓ ପାଣି ମାଧ୍ୟମରେ ତମ୍ବା ଖାଇଥାଉ । ଏହା କାଜୁ ବାଦାମ, ଶୁଖିଲା ଫଳ, ଗୋଲମରିଚ ଓ ଇଷ୍ଟରେ ପ୍ରଚୁର ପରିମାଣରେ ଉପସ୍ଥିତ । ଏହାର ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ସକରାତ୍ମକ ଶକ୍ତି ବୃଦ୍ଧି କରିବାର ଗୁଣ ରହିଛି । ନିମ୍ନରେ ଏହାର ଗୁଣାବତ୍ତା ବିଷୟରେ ସୂଚନା ଦିଆଯାଇଛି-
ପ୍ରତିରକ୍ଷା ଶକ୍ତିରେ ବୃଦ୍ଧି:- ଏଥିରେ ରକ୍ତ ଶୁଦ୍ଧ କରିବାର କ୍ଷମତା ରହିଛି । ଏହା ଶରୀରରେ ରକ୍ତ ସଞ୍ଚାଳନକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହା ଅନ୍ୟ ଧାତୁର କ୍ଷତିକାରକ ପ୍ରଭାବରୁ ମଧ୍ୟ ରକ୍ଷା କରିଥାଏ ।
ହୃତପିଣ୍ଡ ସଞ୍ଚାଳନ- ଏହା ଆମ ହୃଦପିଣ୍ଡକୁ ସୁସ୍ଥ ରଖେ । ହୃଦଘାତ ଓ ଅନ୍ୟାନ୍ୟ ହୃତପିଣ୍ଡ ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା କରିଥାଏ ।
ରକ୍ତଚାପ ସ୍ଥିର ରଖେ:- ରକ୍ତଚାପ ସ୍ଥିର ରଖିବା ପାଇଁ ଏହାର କ୍ଷମତା ରହିଛି । ଯେଉଁମାନେ ରକ୍ତଚାପ ସମସ୍ୟାରେ ପୀଡିତ ଅଛନ୍ତି ସେମାନଙ୍କ ପାଇଁ ଏହା ଲାଭଦାୟକ ।