ଶ୍ରୀନଗର: କୋରୋନା ଭାଇରସ କାରଣରୁ ଅମରନାଥ ଯାତ୍ରାକୁ ଚଳିତ ବର୍ଷ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ବର୍ତ୍ତମାନ ଏହା ଉପରେ ପୁନର୍ବିଚାର କରାଯାଇଛି । ସୂତ୍ର ଅନୁସାରେ ଏହା ପରେ ନିଷ୍ପତ୍ତି ନିଆଯାଇଛି ଯେ, ଚଳିତ ବର୍ଷ ଅମରନାଥ ଯାତ୍ରାକୁ ମାତ୍ର 15 ଦିନ ପାଇଁ ଧାର୍ଯ୍ୟ କରାଯାଇଛି ।
ଦକ୍ଷିଣ କାଶ୍ମୀର ହିମାଳୟର ଅମରନାଥଙ୍କ 3,880 ମିଟର ଉଚ୍ଚ ପବିତ୍ର ଗୁମ୍ଫା ମନ୍ଦିରକୁ ଯାତ୍ରା ବର୍ତ୍ତମାନ ବାଲତାଲର ସଂକ୍ଷିପ୍ତ ରାସ୍ତାରେ ଯାତ୍ରା କରି ଶେଷ ହେବ ବୋଲି ସୂତ୍ରରୁ ପ୍ରକାଶ । ଗୁରୁବାର ରାତିରେ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳଙ୍କ ଦ୍ବାରା ଆୟୋଜିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ ବିଭିଆର ସୁବ୍ରମଣ୍ୟମ, ଏଲଜି ମୁଖ୍ୟ ସଚିବ ବିପୁଲ ପାଠକ ଏବଂ ଡିଜିପି ଦୀଲବାଗ ସିଂ ଯୋଗ ଦେଇଥିଲେ । ବାଲତାଲରୁ ଟ୍ରାକ ସଫା କରିବାକୁ ଗନ୍ଦେରବଲ ଡେପ୍ୟୁଟି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।