ଓଡିଶା

odisha

ETV Bharat / bharat

ଅମରନାଥ ଯାତ୍ରୀଙ୍କୁ ସାହା ଆଇଟିବିପି ଯବାନ

ଆରମ୍ଭ ହୋଇଯାଇଛି ଅମରନାଥ ଯାତ୍ରା । ଆଉ ଶ୍ରଦ୍ଧାଳୁଙ୍କୁ ଜୀବନ ଲଗାଇ ସୁରକ୍ଷା ଯୋଗାଉଛନ୍ତି ଆଇଟିବିପି ଯବାନ ।

By

Published : Jul 4, 2019, 9:49 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟର ସମ୍ଭାବନା ସତ୍ତ୍ବେ ଜୁଲାଇ 1 ତାରିଖରୁ ଆରମ୍ଭ ହୋଇଛି ପବିତ୍ର ଅମରନାଥ ଯାତ୍ରା । 45ଦିନ ଧରି ହେବାକୁ ଥିବା ଏହି ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଦିନ ରାତି ଏକ କରିଛନ୍ତି ଆଇଟିବିପିର ଯବାନମାନେ । ନିଜ ଜୀବନକୁ ବାଜି ଲଗାଇ କିପରି ଶ୍ରଦ୍ଧାଳୁଙ୍କ ଜୀବନ ବଞ୍ଚାଉଛନ୍ତି, ତାହା ଏକ ଭିଡିଓରେ ନଜର ଆସିଛି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ


ନିକଟରେ ଶ୍ରଦ୍ଧାଳୁମାନେ ପାହାଡି ରାସ୍ତାରେ ବାବା ବର୍ଫାନିଙ୍କ ଦର୍ଶନ ପାଇଁ ଯାଉଥିବାବେଳେ ହଠାତ ଭୂସ୍ଫଳନ ହୋଇଥିଲା । ଯାହାଫଳରେ ଯାତ୍ରୀ ଯିବା ରାସ୍ତାରେ ପାହାଡରୁ ବଡବଡ ପଥର ତଳକୁ ଖସିବାରେ ଲାଗିଥିଲା । କିନ୍ତୁ ଆଇଟିବିପିର ଯବାନମାନେ ଏହା ଦେଖି ତୁରନ୍ତ ମାନବ ଶୃଙ୍ଖଳ କରି ଯାତ୍ରୀଙ୍କ ଢାଲ ସାଜିଥିଲେ ଆଉ ସୁରକ୍ଷା ପ୍ରଦାନ କରିଥିଲେ ।


ପ୍ରକାଶ ଥାଉକି, ଚଳିତବର୍ଷ ଜୁଲାଇ1ରୁ ଅମରନାଥ ଯାତ୍ରା ଆରମ୍ଭ ହୋଇ 45ଦିନ ଧରି ଚାଲିବାବେଳେ ଏହା ଅଗଷ୍ଟ 15 ଶ୍ରାବଣ ପୂର୍ଣ୍ଣିମା ଦିନ ଶେଷ ହେବ । ଅମରନାଥଙ୍କର ପବିତ୍ର ଗୁମ୍ପା କଶ୍ମୀର ହିମାଳୟରେ ପ୍ରାୟ 3,888ମିଟର ଉଚ୍ଚରେ ଅବସ୍ଥିତ । ଆତଙ୍କି ହମଲାର ଆଶଙ୍କା ଯୋଗୁଁ ଅମରନାଥ ଯାତ୍ରା ମାର୍ଗରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ପୋଲିସ ଫୋର୍ସ ସମେତ ଅନେକ ସୁରକ୍ଷା ବଳୟକୁ କଡାକଡି କରାଯାଇଛି ।

ABOUT THE AUTHOR

...view details