ଓଡିଶା

odisha

ETV Bharat / bharat

'କରତାରପୁର କରିଡର ପଛରେ ପାକିସ୍ତାନର ଗୁପ୍ତ ଏଜେଣ୍ଡା'

କରତାରପୁର କରିଡର ଉପରେ ପ୍ରସ୍ତୁତ କରିଥିବା ଭିଡିଓରେ ପଡୋଶୀ ଦେଶ ପାକିସ୍ତାନ ତିନି ଜଣ ନିହତ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତାଙ୍କ ଫଟୋ ରଖିଛି। ଯାହାକୁ କଡା ନିନ୍ଦା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ।

ଫାଇଲ ଫଟୋ

By

Published : Nov 6, 2019, 5:37 PM IST

Updated : Nov 6, 2019, 7:36 PM IST

ନୂଆଦିଲ୍ଲୀ: କରତାରପୁର କରିଡରର ଉଦ୍‌ଘାଟନ ପୂର୍ବରୁ ସାମ୍ନାକୁ ଆସିଲା ପାକିସ୍ତାନ ସରକାରଙ୍କ ଅସଲି ଚେହେରା। ଲୋକ ଦେଖାଣିଆ ପାଇଁ ଶିଖ୍‌ ଧର୍ମାବଲମ୍ବୀଙ୍କ ଉଦ୍ଦେଶ୍ୟରେ ବିରାଟ ଉତ୍ସବର ଆୟୋଜନ କରୁଥିବା ପାକିସ୍ତାନ ନିଜ ସମର୍ଥିତ ଶିଖ୍‌ ବିଚ୍ଛିନ୍ନତାବାଦୀଙ୍କୁ ସମ୍ନାନ ପ୍ରଦର୍ଶନ କରିଛି। କରତାରପୁର କରିଡର ଉପରେ ପ୍ରସ୍ତୁତ କରିଥିବା ଭିଡିଓରେ ପଡୋଶୀ ଦେଶ ପାକିସ୍ତାନ ତିନି ଜଣ ନିହତ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତାଙ୍କ ଫଟୋ ରଖିଛି। ଯାହାକୁ କଡା ନିନ୍ଦା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ଏହା ସହିତ କରତାରପୁର କରିଡର ପଛରେ ପାକିସ୍ତାନର ‘ଗୁପ୍ତ ଏଜେଣ୍ଡା’ ଓ ସ୍ବାର୍ଥ ନିହିତ ରହିଥିବା କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ।

କରତାରପୁର କରିଡରର ଉଦ୍‌ଘାଟନ ପୂର୍ବରୁ ପାକିସ୍ତାନ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ଭିଡିଓ ସଙ୍ଗୀତ ଉନ୍ମୋଚନ କରାଯାଇଛି। ତେବେ ଏହି ଭିଡିଓରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଜେନେରାଲ ସିଂହ ଭିନ୍ଦ୍ରନୱାଲେଙ୍କ ସମେତ ମେଜର ଜେନେରାଲ ଶାବେଗ ସିଂହ ଏବଂ ଅମ୍ରିକ ସିଂହ ଖଲସାଙ୍କ ଫଟୋ ରହିଛି। ଏହି ୩ ଶିଖ୍‌ ବିଚ୍ଛିନ୍ନତାବାଦୀ ନେତା ୧୯୮୪ରେ ଅମୃତସର ସ୍ବର୍ଣ୍ଣ ମନ୍ଦିରରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ଅପରେଶନ ବ୍ଲୁ ଷ୍ଟାରରେ ନିହତ ହୋଇଥିଲେ।

Last Updated : Nov 6, 2019, 7:36 PM IST

ABOUT THE AUTHOR

...view details