ଓଡିଶା

odisha

ETV Bharat / bharat

ସିଦ୍ଧୁଙ୍କ ପାକ୍‌ ଆର୍ମି ମୁଖ୍ୟଙ୍କୁ ଆଲିଙ୍ଗନ ଯୋଗୁଁ ହାରିଲା କଂଗ୍ରେସ: କ୍ୟାପଟେନ ଅମରିନ୍ଦର ସିଂହ

କଂଗ୍ରେସ ହାରିବାରେ ସିଦ୍ଧୁଙ୍କ ପାକ୍ ପ୍ରୀତିକୁ ଦାୟୀ କରିଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । ଗତ କିଛି ମାସ ତଳେ ପାକିସ୍ତାନ ଯାଇ ପାକ୍‌ ଆର୍ମି ମୁଖ୍ୟଙ୍କୁ ଆଲିଙ୍ଗନ କରିବା ଫଳରେ କଂଗ୍ରେସକୁ ଲୋକସଭା ନିର୍ବାଚନରେ ଏଭଳି ଦଶା ଭୋଗିବାକୁ ପଡିଲା ବୋଲି କହିଛନ୍ତି କ୍ୟାପଟେନ ।

By

Published : May 23, 2019, 8:24 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସର ଦୟନୀୟ ପ୍ରଦର୍ଶନ ପାଇଁ ଦୋଷ ଲଦାଯାଇଛି ସିଦ୍ଧୁଙ୍କ ଉପରେ । ଦଳର ଖରାପ ପ୍ରଦର୍ଶନରେ ସିଦ୍ଧୁଙ୍କ ପାକ୍ ପ୍ରୀତିକୁ ଦାୟୀ କରିଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । ଗତ କିଛି ମାସ ତଳେ ପାକିସ୍ତାନ ଯାଇ ପାକ୍‌ ଆର୍ମି ମୁଖ୍ୟଙ୍କୁ ଆଲିଙ୍ଗନ କରିବା ଫଳରେ କଂଗ୍ରେସକୁ ଲୋକସଭା ନିର୍ବାଚନରେ ଏଭଳି ଦଶା ଭୋଗିବାକୁ ପଡିଲା ବୋଲି କହିଛନ୍ତି ସେ ।

ଫଟୋ ସୌଜନ୍ୟ: ଏଏନଆଇ


ଏକ ସାମ୍ବାଦିକ ସମ୍ମିଳନୀରେ ସିଦ୍ଧୁଙ୍କ ଉପରେ ବର୍ଷିଥିଲେ ଅମରିନ୍ଦର ସିଂ । ସିଦ୍ଧୁ ପାକିସ୍ତାନ ଯାଇ ସେଠାକାର ସେନାଧ୍ୟକ୍ଷ କମର ଯାଦବଙ୍କୁ ଆଲିଙ୍ଗନ କରିବା ପରେ ଦେଶବାସୀ ରାଗି ଯାଇଥିଲେ । ଏହାର ପରିଣାମ ଏବେ ଦେଖିବାକୁ ମିଳିଲା ବୋଲି ସେ କହିଛନ୍ତି । ଏହାସହ ବ୍ୟକ୍ତିଗତ ଭାବରେ ଜଣେ ସେନା କର୍ମୀ ହିସାବରେ ସିଦ୍ଧୁଙ୍କ ଏଭଳି କାରନାମା ତାଙ୍କୁ ଠିକ୍‌ ଲାଗି ନଥିବା କହିଛନ୍ତି କ୍ୟାପଟେନ ।

ଏହାସହ ପଞ୍ଜାବରେ ଗୁରୁଦାସପୁରରୁ କଂଗ୍ରେସ ପ୍ରାର୍ଥୀ ସୁନୀଲ ଜାଖଡଙ୍କ ଖରାପ ପ୍ରଦର୍ଶନକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି କ୍ୟାପଟେନ ଅମରିନ୍ଦର ସିଂହ ।

For All Latest Updates

ABOUT THE AUTHOR

...view details