ଓଡିଶା

odisha

ETV Bharat / bharat

ରାଜ୍ୟସଭାରେ ଶ୍ରୀମନ୍ଦିର ସୁରକ୍ଷା ଓ ଜମି ଅଧିଗ୍ରହଣ ପ୍ରସଙ୍ଗ ଉଠାଇଲେ ଅମର ପଟ୍ଟନାୟକ

ରାଜ୍ୟସଭାରେ ଶୁକ୍ରବାର ବିଜେଡି ସାଂସଦ ଅମର ପଟ୍ଟନାୟକ ପୁରୀ ସୁରକ୍ଷା ଓ ଜମିି ଦେଇଥିବା ଲୋକଙ୍କ ପ୍ରସଙ୍ଗରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନା କରିଛନ୍ତି । ଅଧିକ ପଢନ୍ତୁ...

By

Published : Feb 7, 2020, 7:31 PM IST

Amar Pattnaik Member of Rajyasabha
Amar Pattnaik Member of Rajyasabha

ନୂଆଦିଲ୍ଲୀ: ରାଜ୍ୟସଭାରେ ଶୁକ୍ରବାର ବିଜେଡି ସାଂସଦ ଅମର ପଟ୍ଟନାୟକ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ଶୂନ୍ୟକାଳରେ ଅମର ପଟ୍ଟନାୟକ ପୁରୀରେ ଚାଲିଥିବା ଐତିହ୍ୟ କରିଡର ଓ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ ରାଜ୍ୟସଭାରେ ଉଠାଇ ବିଭିନ୍ନ ଦାବି କରିଥିଲେ । ଅମର କହିଥିଲେ ସାରାଦେଶରେ ପୁରୀ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ତୀର୍ଥଧାମ । ସାରା ଦେଶର ପ୍ରତିଦିନ ହାଜର ହଜାର ଲୋକ ପୁରୀ ଆସୁଛନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ । ତେବେ ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ ପରାମର୍ଶ ଅନୁଯାୟୀ ଶ୍ରାମନ୍ଦିର ଚତୁଃପାର୍ଶ୍ବରୁ 70 ମିଟର ପରିଧି ମଧ୍ୟରେ ଥିବା ସମସ୍ତ ବେସରକାରୀ ଓ ସରକାରୀ ଜମିକୁ ଅଧିଗ୍ରହଣ କରାଯାଇଛି । ଏହାସହ ଜଗନ୍ନାଥ ସଂସ୍କୃତିର ସୁରକ୍ଷା, ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏହି ସବୁ ଶ୍ରୀମନ୍ଦିରର ସୁରକ୍ଷା ପାଇଁ କରାଯାଇଛି ।

ଶ୍ରୀମନ୍ଦିର ସୁରକ୍ଷା ଓ ଜମି ପ୍ରସଙ୍ଗ ରାଜ୍ୟସଭାରେ ଉଠାଇଲେ ଅମର ପଟ୍ଟନାୟକ

ସେହି ଅନୁଯାୟୀ ଯେଉଁମାନେ ସ୍ଥାନାନ୍ତରୀତ ହୋଇଛନ୍ତି ଓ ଜମି ହରାଇଛନ୍ତି ତାଙ୍କୁ ରାଜ୍ୟ ସରକାର ଉଚିତ କ୍ଷତିପୂରଣ ଦେଇଛନ୍ତି । ତେବେ କ୍ଷତିପୂରଣ ପ୍ରଦାନରେ ଟ୍ୟାକ୍ସ ଛାଡ ପାଇଁ ସେ ଦାବି କରିଛନ୍ତି । ଏହି କ୍ଷତିପୂରଣ ଆଦାନ ପ୍ରକ୍ରିୟାରେ ଇନକମ୍ ଟ୍ୟାକ୍ସ ଏବଂ କ୍ୟାପିଟାଲ ଗେନ ଟ୍ୟାକ୍ସ ଛାଡ ପାଇଁ ଅମର ଦାବି କରିଛନ୍ତି ।

ଏହି ପ୍ରସଙ୍ଗରେ ଓଡିଶା ମୁଖ୍ୟମନ୍ତ୍ରୀ ଅର୍ଥ ଓ କର୍ପୋରେଟ ମନ୍ତ୍ରଣାଳୟକୁ ଚିଠି ଲେଖି ଅବଗତ କରାଇଛନ୍ତି । ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଅମର ଅନୁରୋଧ କରିଛନ୍ତି ।

ସୌଜନ୍ୟ-ରାଜ୍ୟସଭା

ABOUT THE AUTHOR

...view details