ହାଇଦ୍ରାବାଦ: ଛୋଟିଆ ଛୁଆକୁ ଦେଖିଲେ ସମସ୍ତେ ତାକୁ ଆଦରି ନିଅନ୍ତି । ସେ ପଶୁପକ୍ଷୀ ହେଉ ଅବା ମଣିଷ । କଅଁଳିଆ ଛୁଆ ସମସ୍ତଙ୍କୁ ସ୍ନେହ ମମତାରେ ବାନ୍ଧି ରଖିଥାଏ । ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ସୋସିଆଲ ମିଡିଆରେ ।
ମା’ ନଥିବା ଛୁଆକୁ ଦଇବ ସାହା ! (ଭିଜିଓ ସୌଜନ୍ୟ: ଫେସବୁକ, @ziagaffari କୌଣସି କାରଣ ବଶତଃ ଯଦି ଛୁଆକୁ ମା’ ଜନ୍ମ ଦେବାପରେ ଆରପାରିକୁ ଚାଲିଯାଏ । ତାହାଲେ ସେ ଛୁଆ ପାଇଁ କେବଳ ଭଗବାନ ହିଁ ସାହା ଭରସା ବୋଲି ଆମେ କହିପାରିବା ।
ଏମିତି ଏକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । କିଭଳି ଗୋଟିଏ କଅଁଳ ବାଛୁରୀ/ଗଧକୁ ଏକ ସିଂହ ଜଙ୍ଗଲ ମଧ୍ୟରେ ଗୋଡାଉଛି । ଏହି ଦୃଶ୍ୟକୁ ପ୍ରଥମେ ଦେଖିଲେ ଭାବିବେ ସେ ଛୁଆଟିକୁ ସିଂହଟି ଆକ୍ରମଣ କରିବା ପାଇଁ ଗୋଡାଉଛି । କିଛି ସମୟରେ ସେହି ଦୃଶ୍ୟରେ ଦେଖିବାକୁ ମିଳୁଛି ଛୁଆଟିକୁ ନିଜର ସେହ୍ନ ମମତାରେ ବାନ୍ଧି ରଖିଛି ସିଂହ । ଖାଲି ସେତିକି ନୁହେଁ ଆକ୍ରମଣ କରିବାକୁ ଆସୁଥିବା ଅନ୍ୟ ଏକ ସିଂହକୁ ବାରଣ କରିବା ସହ ଛୁଆଟିକୁ ସୁରକ୍ଷା ଯୋଗାଉଥିବା ମଧ୍ୟ ଦେଖିବାକୁ ମିଳୁଛି ।
ମା’ ନଥିବା ଛୁଆକୁ ଦଇବ ସାହା ! (ଫାଇଲ ଭିଜୁଆଲ) କିଛି ଦିନ ପୂର୍ବରୁ ଏକ ମା’ କୁକୁରଟି କିଭଳି ଛେଳି ଛୁଆକୁ ସ୍ତନ୍ୟପାନ କରାଉଥିଲା ତାହା ଚର୍ଚ୍ଚାର ବିଷୟ ପାଲଟିଥିଲା । ଛେଳି ଛୁଆଟି ମା’କୁ ହରାଇ ଏଣେତେଣେ ଘୁରି ବୁଲୁଥିଲା । ଦଇବା ସାହା ହେଲା ଭଳି ହାଇଦ୍ରାବାଦ ରାଙ୍ଗାରେଡ୍ଡୀ ଜିଲ୍ଲାର ଗଟ୍ଟୁ ଗିରି ନାମକ ଜଣେ ବ୍ୟକ୍ତି 2 ମାସର ଛେଳିଛୁଆକୁ ଖୋଜି ଦେଇଥିଲେ ମା’ । ନିଜ ଆଶ୍ରମରେ ରଖିଥିବା କୁକୁର ଠାରୁ ଛେଳିଛୁଆକୁ ସ୍ତନ୍ୟପାନ କରାଇଥିଲେ ଗଟ୍ଟୁ ।
ବ୍ୟୁରୋ ରିପୋର୍ଟ ଇଟିଭି ଭାରତ