ଶ୍ରୀନଗର: ଲକଡାଉନ କାରଣରୁ ବିଭିନ୍ନ ଦେଶ ଓ ରାଜ୍ୟରେ ଫଶି ରହିଥିବା ଲୋକେ ବର୍ତ୍ତମାନ ନିଜ ଦେଶ ଓ ରାଜ୍ୟକୁ ଫେରୁଛନ୍ତି । ବାହାର ଦେଶରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାକୁ ସରକାର ବନ୍ଦେ ଭାରତ ମିଶନ ଅଭିଯାନ ଆରମ୍ଭ କରିଥିବାବେଳେ, ଅନ୍ୟ ରାଜ୍ୟରୁ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରୁଛି ।
ଜମ୍ମୁ କଶ୍ମୀରରେ 14 ଦିନ କ୍ବାରେଣ୍ଟାଇନରେ ରହିବେ ଦେଶ ଓ ବାହାର ରାଜ୍ୟ ଫେରନ୍ତା - jammu kashmir corona update news
ଜମ୍ମୁକଶ୍ମୀରକୁ ଫେରୁଥିବା ଲୋକମାନେ ପ୍ରଥମେ 14 ଦିନ କ୍ବାରେଣ୍ଟାଇନରେ ରହିବେ । ରିପୋର୍ଟ ନେଗେଟିଭ ଆସିବା ପରେ ନିଜ ନିଜ ଘରକୁ ଫେରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ଜମ୍ମୁକଶ୍ମୀର ସରକାର । ଅଧିକ ପଢନ୍ତୁ...
ଏପରିସ୍ଥିତିରେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ, ବିମାନରେ ହେଉ କିମ୍ବା ଟ୍ରେନରେ ଫେରୁଥିବା ଯାତ୍ରୀଙ୍କୁ ପ୍ରଥମେ 14 ଦିନ କ୍ବାରେଣ୍ଟାଇନରେ ରହିବାକୁ ପଡିବ ବୋଲି ସୂଚନା ଦେଇଛନ୍ତି ଜମ୍ମୁକଶ୍ମୀର ସରକାର । ଆରଟିପିସିଆର ପରୀକ୍ଷାର ବ୍ୟବହାର କରି କୋଭିଡ-19 ପାଇଁ ପରୀକ୍ଷା କରାଯିବ । ଯଦି ନେଗେଟିଭ ରିପୋର୍ଟ ଆସେ ସେମାନଙ୍କୁ ନିଜ ଘରକୁ ପଠାଯିବ ନଚେତ ଡାକ୍ତରଖାନା ପଠାଯିବ ।
ଅନ୍ୟ ଦେଶ ଓ ରାଜ୍ୟରୁ ଫେରୁଥିବା ଲୋକଙ୍କ କାରଣରୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଆଶଙ୍କା ନେଇ ଜମ୍ମୁକଶ୍ମୀର ସରକାର ଏପରି ନିର୍ଦ୍ଦେଶ ଜାରି କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଜମ୍ମୁକଶ୍ମୀରରେ 1489 ଜଣ ସଂକ୍ରମିତ ହୋଇଥିବାବେଳେ, 20 ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି 720 ଜଣ ସୁସ୍ଥ ହୋଇଛନ୍ତି । ମୋଟ 749ଟି ମାମଲ ସକ୍ରିୟ ରହିଛି ।