ଓଡିଶା

odisha

ETV Bharat / bharat

ପୁଲୱାମା ଆକ୍ରମଣ: ଶନିବାର ସଂସଦରେ ସର୍ବଦଳୀୟ ବୈଠକ

ଗୋଟିଏ ପଟେ ଦେଶ ଏକାସାଥୀରେ 46 ଯବାନଙ୍କୁ ହରାଇ ମର୍ମାହତ ହୋଇପଡିଥିବା ବେଳେ ଅନ୍ୟପଟେ ଆତଙ୍କୀଙ୍କୁ କିଭଳି ଦୃଢ ଜବାବ ଦିଆଯିବ ସେନେଇ ରଣନୀତି ପ୍ରସ୍ତୁତ କରୁଛି।

By

Published : Feb 15, 2019, 9:32 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶ ଏକାସାଥୀରେ 46 ଯବାନଙ୍କୁ ହରାଇ ମର୍ମାହତ ହୋଇପଡିଥିବା ବେଳେ ଅନ୍ୟପଟେ ଆତଙ୍କୀଙ୍କୁ କିଭଳି ଦୃଢ ଜବାବ ଦିଆଯିବ ସେନେଇ ରଣନୀତି ପ୍ରସ୍ତୁତ କରୁଛି। ଘନ ଘନ ବୈଠକ ସହ ଆଲୋଚନା ମାଧ୍ୟମରେ ଚାଲିଛି ତର୍ଜମା। ଏହି କ୍ରମରେ ଆସନ୍ତାକାଲି କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି।

ସଂସଦର ଲାଇବ୍ରେରୀରେ ସକାଳ ସମୟ ପ୍ରାୟ 11 ଟା ବେଳେ ଏହି ବୈଠକ ହେବ। ଏହି ବୈଠକର ଅଧ୍ୟକ୍ଷତା କରିବେ ଗୃହମନ୍ତ୍ରୀ ରାଜନାଥ ସିଂ। କୁହାଯାଉଛି ଯେ, ସରକାର ସବୁ ରାଜନୈତିକ ଦଳ ସହ ଏହି ଆକ୍ରମଣ ସଂକ୍ରାନ୍ତରେ ଆଲୋଚନା ସହ ମତାମତ ଲୋଡିବେ। ଏହି ସର୍ବଦଳୀୟ ବୈଠକକୁ ନଜରରେ ରଖି ଆଗାମୀ ରଣନୀତି ମଧ୍ୟ ପ୍ରସ୍ତୁତ କରାଯିବ। ତେବେ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ କମିଟି ଓ ସୁରକ୍ଷା କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଥିଲା।

ଗୁରୁବାର ରାତିର ଘଟଣା ସାରାଦେଶକୁ ଦୋହଲାଇ ଦେଇଛି। ଜମ୍ମୁ କଶ୍ମୀର ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆତଙ୍କୀ ହମଲାରେ ପ୍ରାୟ 46 ଯବାନ ସହିଦ ହୋଇଥିବା ବେଳେ ଏବେବି ଅନେକ ଯବାନ ଗୁରୁତର ଭାବେ ଚିକିତ୍ସାଧୀନ ଅଛନ୍ତି। ତେବେ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ପ୍ରଧାନମନ୍ତ୍ରୀ କହିଥିବା ବେଳେ ଏଭଳି ଏକ ନାରକୀୟ କାଣ୍ଡକୁ ସମଗ୍ର ବିଶ୍ବରେ ନିନ୍ଦା କରାଯାଇଛି।

ଅନ୍ୟପଟେ ସବୁ ରାଜନୈତିକ ଦଳ ଏନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ ଯବାନ ଓ ସରକାରଙ୍କ ସହ ଅଛନ୍ତି। ତେବେ ସହିଦ ଯବାନଙ୍କ ମୃତ୍ୟୁର ଯଥାଚିତ ପ୍ରତିଶୋଧ ନେବାକୁ ସବୁ ମହଲରୁ ଦାବି ହୋଇଆସୁଛି। ହେଲେ ଦେଖିବାକୁ ବାକି ରହିଲା ଇଟାର ଜବାବ ପଥରରେ କେବେ ଦିଆଯାଉଛି।

ABOUT THE AUTHOR

...view details