ଓଡିଶା

odisha

ETV Bharat / bharat

ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଆରମ୍ଭ ହେଲା ଗଣତନ୍ତ୍ରର ମହାପର୍ବ - india

91ଟି ଲୋକସଭା ଆସନ, 4ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଆରମ୍ଭ

ପ୍ରତିକାତ୍ମକ ଫଟୋ

By

Published : Apr 11, 2019, 6:00 AM IST

Updated : Apr 11, 2019, 6:22 AM IST


ନୂଆଦିଲ୍ଲୀ: ଆଉ କିଛି ମୁହୂର୍ତ୍ତ ପରେ ଆରମ୍ଭ ହେବ ଗଣତନ୍ତ୍ରର ମହାପର୍ବ । ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ଦେଶର 17 ତମ ଲୋକସଭା ନିର୍ବାଚନ ଆରମ୍ଭ ହୋଇଯାଇଛି । ଚଳିତ ସାଧାରଣ ନିର୍ବାଚନ 7ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଆଜି (ଏପ୍ରିଲ 11) ପ୍ରଥମ ପର୍ଯ୍ୟାୟରେ ଦେଶର 20ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର 91ଟି ଲୋକସଭା ଆସନରେ ନିର୍ବାଚନ ଆରମ୍ଭ ହୋଇଛି। ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରୁଛନ୍ତି ଦେଶବାସୀ। ସକାଳ 7ଟାରୁ ମତଦାନ ଆରମ୍ଭ ହେବ।

ନୂଆ ସରକାର ଗଠନ ପାଇଁ ଆଜିଠୁ 2 ମାସ ପର୍ଯ୍ୟନ୍ତ ଦେଶରେ ମତଦାନ ପ୍ରକ୍ରିୟା ଚାଲିବ। 543ଟି ଲୋକସଭା ଆସନରେ 7ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟରେ 91ଟି, ଦ୍ବିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟରେ ଯଥାକ୍ରମେ 115, 71, 51, 59, 59ଟି ଆସନରେ ହେବ ମତଦାନ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କେଉଁ ରାଜ୍ୟରେ ହେଉଛି ନିର୍ବାଚନ-

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଦେଉଥିବା ରାଜ୍ୟଗୁଡିକ ହେଲା- ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ, ଜମ୍ମୁ ଏବଂ କାଶ୍ମୀର, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଓଡିଶା, ସିକିମ, ତେଲେଙ୍ଗାନା, ତ୍ରିପୁରା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନ ଏବଂ ଲକ୍ଷଦ୍ବୀପ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କେଉଁ ରାଜ୍ୟର କେତୋଟି ଲୋକସଭା ଆସନରେ ହେବ ଭୋଟ ଗ୍ରହଣ ?

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଆନ୍ଧ୍ରପ୍ରଦେଶର 25ଟି ଲୋକସଭା ଆସନ, ଅରୁଣାଚଳ ପ୍ରଦେଶ-2, ଆସାମ-5, ବିହାର-4, ଛତିଶଗଡ-1, ଜମ୍ମୁ କାଶ୍ମୀର-2, ମହାରାଷ୍ଟ୍ର-7, ମଣିପୁର-1, ମେଘାଳୟ-2, ମିଜୋରାମ-1, ନାଗାଲାଣ୍ଡ-1, ଓଡିଶା-4, ସିକିମ-1, ଉତ୍ତରାଖଣ୍ଡ-5, ତେଲେଙ୍ଗାନା-17, ତ୍ରିପୁରା-1, ଉତ୍ତରପ୍ରଦେଶ-8, ପଶ୍ଚିମବଙ୍ଗ-2, ଆଣ୍ତାମାନ-1, ଲକ୍ଷଦ୍ବୀପ-1


ଚଳିତ ଲୋକସଭା ନିର୍ବାଚନ 7ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ଏପ୍ରିଲ 11 । ପରେ ଏପ୍ରିଲ 18, 23, 29 ଏବଂ ମେ 6, 12 ଓ 19ରେ ଭୋଟ୍‌ ଗ୍ରହଣ ହେବ। ଏହାପରେ ମେ 23ରେ ଫଳାଫଳ ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଦେଶର ମୋଟ୍‌ 543ଟି ଲୋକସଭା ଆସନରୁ 91ଟି ଆସନରେ ମତଦାନ ହେଉଛି । ଏହା ସହିତ 4ଟି ରାଜ୍ୟରେ ଏକକାଳୀନ ବିଧାନସଭା ନିର୍ବାଚନ ହେଉଛି, ଅରୁଣାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶର ( 175), ସିକିମର (32) ଏବଂ ଓଡିଶାର (28) ।

ପ୍ରଥମ ପର୍ଯ୍ୟାୟ ପାଇଁ ସମସ୍ତ ଆସନରେ ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ମତଦାନ ଗ୍ରହଣ ହେବ। ତେବେ ବାମପନ୍ଥୀ ପ୍ରଭାବିତ ଅଞ୍ଚଳ ଏବଂ ଉତ୍ତର ପୂର୍ବ ରାଜ୍ୟରେ ଏହି ମତଦାନ ସମୟରେ ପରିବର୍ତ୍ତନ ହୋଇଛି । ଏସବୁ ଅଞ୍ଚଳରେ ସକାଳ 7ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି । ଏହା ସନ୍ଧ୍ୟା 5 କିମ୍ବା ଅପରାହ୍ନ 4 ଅଥବା ଅପରାହ୍ନ 3ଟା ଯାଏଁ ଚାଲିବ ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି । ପରିସ୍ଥିତି ଦେଖି ଏହି ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି ।

Last Updated : Apr 11, 2019, 6:22 AM IST

For All Latest Updates

ABOUT THE AUTHOR

...view details