ଓଡିଶା

odisha

‘ସମସ୍ତ ଆପ୍‌ ଭାରତୀୟ ଡାଟା ଇଣ୍ଟିଗ୍ରିଟି ଓ ଗୋପନୀୟତା ନିୟମ ପାଳନ କରିବା ଉଚିତ୍‌’

By

Published : Jul 1, 2020, 6:49 AM IST

ଭାରତରେ ଲଞ୍ଚ ହେଉଥିବା ସମସ୍ତ ଆପ୍‌ ଭାରତୀୟ ଅଖଣ୍ଡତା ଓ ଗୋପନୀୟତା ନୀତି ତଥା ଭାରତୀୟ ଡାଟା ଇଣ୍ଟିଗ୍ରିଟି ନିୟମର ପାଳନ କରିବା ଦରକାର ବୋଲି ମଙ୍ଗଳବାର ମତ ଦେଇଛନ୍ତି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ।

Niti Aayog, India's data integrity, Indian apps, indian app's privacy policy, ଡାଟା ଇଣ୍ଟିଗ୍ରିଟି, ଭାରତୀୟ ଆପ୍‌, ନୀତି ଆୟୋଗ, ଭାରତୀୟ ଆପ୍‌ର ଗୋପନୀୟତା ନିୟମ ପାଳନ
‘ସମସ୍ତ ଆପ୍‌ ଭାରତୀୟ ଡାଟା ଇଣ୍ଟିଗ୍ରିଟି ଓ ଗୋପନୀୟତା ନିୟମ ପାଳନ କରିବା ଉଚିତ୍‌’

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହେଉଥିବା ସମସ୍ତ ଆପ୍‌ ଭାରତୀୟ ଅଖଣ୍ଡତା ଓ ଗୋପନୀୟତା ନୀତି ତଥା ଭାରତୀୟ ଡାଟା ଇଣ୍ଟିଗ୍ରିଟି ନିୟମର ପାଳନ କରିବା ଦରକାର ବୋଲି ମଙ୍ଗଳବାର ମତ ଦେଇଛନ୍ତି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ । ସୋମବାର ଭାରତ ସରକାର ଦେଶରେ ପ୍ରଚଳିତ 59ଟି ଚାଇନିଜ ଆପ୍‌କୁ ବ୍ୟାନ କରିବା ପରେ ମଙ୍ଗଳବାର ଅମିତାଭ ଏପରି ମତ ଦେଇଛନ୍ତି ।

କେବଳ ସେତିକି ନୁହେଁ ଭାରତରେ ରିଲିଜ ହେଉଥିବା ସମସ୍ତ ଆପ୍‌ କେତେକ ନିର୍ଦ୍ଦିଷ୍ଟ ଦିଗ ଯଥା ଡାଟାର ଅରିଜିନ ଓ ଏହାର ଅନ୍ତିମ ଡେଷ୍ଟିନେସନ ବା ମୂଳ ଲକ୍ଷ୍ୟ ଆଦି ସ୍ପଷ୍ଟ ରହିବା ଦରକାର । ଏଥିସହ ଭାରତକୁ ଏକ ଡାଟା ପ୍ରଭୂତ୍ବ ଦେଶ ଭାବେ ଗଢିବାକୁ ହେଲେ ସମସ୍ତ ଆପ୍‌ର ଏହି ସମସ୍ତ ନିୟମ ପାଳନ କରିବା ଆବଶ୍ୟକ ବୋଲି ଅମିତାଭ ପ୍ରକାଶ କରିଛନ୍ତି । ତେବେ ବର୍ତ୍ତମାନ ବ୍ୟାନ ହୋଇଥିବା ଆପ୍‌ ଗୁଡିକ ଲାଇଫ ଷ୍ଟାଇଲ ଆପ୍‌ ହୋଇଥିବାରୁ ଏହାର ବିକଳ୍ପ ବର୍ତ୍ତମାନ ଟିକେ କଷ୍ଟକର ହେଲେ ସୁଦ୍ଧା ଅସମ୍ଭବ ନୁହେଁ ।

ଏନେଇ ଟ୍ବିଟ ଯୋଗେ ଅମିତାଭ ସୂଚନା ଦେଇଥିବା ବେଳେ ସେ ଏହା ମଧ୍ୟ କହିଛନ୍ତି କି ବର୍ତ୍ତମାନ ବଜାରରେ ଚାଇନିଜ ଆପ୍‌ ବ୍ୟାନ ହୋଇଥିବା ଏହା ଭାରତୀୟ ଆପ୍‌ର ସ୍ଥିତି କେବଳ ଦେଶ ନୁହେଁ ସାରା ବିଶ୍ବରେ ସୁଦୃଢ କରିବା ପାଇଁ ଏକ ପ୍ରକୃଷ୍ଟ ସମୟ । ଏହା କୋଟି କୋଟି ଭାରତୀୟଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ନୂଆ ଟେକ୍ନୋଲୋଜି ବିକଶିତ କରିବାର ଏକ ସୁବର୍ଣ୍ଣ ସୁଯୋଗ । ଏଥିପାଇଁ ସେ ବର୍ତ୍ତମାନ କୋରୋନା ଟ୍ରେସିଂ ପାଇଁ କାର୍ଯ୍ୟକାରୀ ସରକାରୀ ଆପ୍‌ ‘ଆରୋଗ୍ୟ ସେତୁ ଆପ୍‌’ର ଉଦାହରଣ ମଧ୍ୟ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details