ଧାନବାଦ: CIMFR ଅର୍ଥାତ କେନ୍ଦ୍ରୀୟ ଖଣି ଏବଂ ଇନ୍ଧନ ଅନୁସନ୍ଧାନ ସଂସ୍ଥାନର ବୈଜ୍ଞାନିକ ଏବେ ନୀଳହରିତ ଶୈବାଳରୁ ଫୁଡ ପ୍ରଡକ୍ଟ ଉତ୍ପାଦନ କରିବାକୁ କରୁଛନ୍ତି ପ୍ରୟାସ । ସାଧାରଣତଃ ଶୈବାଳ ବା ଶିଉଳି ସବୁ ପୋଖରୀ, ଜଳାଶୟ ଓ ନଦୀମାନଙ୍କରେ ଦେଖିବାକୁ ମିଳନ୍ତି । ଏହା ଏକ ଉଦ୍ଭିଦ ଯାହାର ମୂଳ, ଡାଳ ଏବଂ ପତ୍ରରେ ବିଭକ୍ତ ହୋଇନଥାଏ । କେତେକ କିସମର ଶୈବାଳ କ୍ଷତିକାରକ ହୋଇଥିବାବେଳେ କିଛି କୁ ଖାଦ୍ୟ, ଔଷଧ ଏବଂ ଚାଷରେ ବ୍ୟବହାର କରାଯାଇପାରେ ।
ଶୈବାଳରେ ପ୍ରୋଟିନ , କାର୍ବହାଇଡ୍ରେଟ ଓ ଭିଟାମିନ ସମେତ ଅନେକ ପୋଷକ ତତ୍ବ ରହିଥାଏ । ଏହାକୁ ବ୍ୟବହାର କରି ଧାନବାଦର ଝରିଆ ଅଞ୍ଚଳର ଡିଗବାହିଡ ସ୍ଥିତ CIMFRର ବୈଜ୍ଞାନିକ ଅନେକ ଫୁଡ ପ୍ରଡକ୍ଟ କରୁଛନ୍ତି । ଆଉ ଏହି ପ୍ରୋଜେକ୍ଟ 2 ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରହିଛି ।
ଏଥିପାଇଁ ବୈଜ୍ଞାନିକ ଶୈବାଳରୁ ଏଭଳି ପଦାର୍ଥକୁ ଅଲଗା କରୁଛନ୍ତି , ଯାହା ମାନବ ଶରୀରକୁ ହାନୀ ପହଞ୍ଚାଇପାରେ । ଏହା ପରେ ଏଥିରୁ ପୁଷ୍ଟିକର ଉପାଦାନ ବାହାର କରି ଖାଦ୍ୟ ପଦାର୍ଥକୁ ପ୍ରସ୍ତୁତ କରାଯିବ । ଏହି ଖାଦ୍ୟ ପଦାର୍ଥ କ୍ୟାପସୁଲ୍ , ଟାବଲେଟ ବା ପାଉଡର ଆକାରରେ ପ୍ରସ୍ତୁତ କରାଯିବ । ଯେପରି ଏହା ଲୋକଙ୍କ ପାଖରେ ସହଜରେ ପହଞ୍ଚିପାରିବ ।