ଓଡିଶା

odisha

ETV Bharat / bharat

ଉତ୍ତରାଖଣ୍ଡକୁ ବନ୍ୟା ଭୟ, ଡେରାଡୁନରେ ହାଇଆର୍ଲଟ

ଉତ୍ତରାଖଣ୍ଡର ଡେରାଡୁନରେ ବନ୍ୟା ଆଶଙ୍କା । 30ରୁ ଉର୍ଦ୍ଧ୍ବ ଅଞ୍ଚଳରେ ଆର୍ଲଟ ଜାରି ।

ପ୍ରତିକାତ୍ମକ ଫଟୋ

By

Published : Jul 7, 2019, 8:55 PM IST

ଡେରାଡୁନ: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି 30ରୁ ଉର୍ଦ୍ଧ୍ବ ଅଞ୍ଚଳରେ ଆର୍ଲଟ ଜାରି କରାଯାଇଛି । ରାଜ୍ୟର ରିସ୍ପନା, ବିନ୍ଦାଲ, ଦୁଲହନୀ ଓ ନାଲାପାନୀ ଆଦି ନଦୀ କୂଳରେ ଏହି ସବୁ ଅଞ୍ଚଳ ରହିଥିବାରୁ ବନ୍ୟା ଆସିଲେ ଏହା ବେଶି କ୍ଷତିଗ୍ରସ୍ଥ ହେବ ବୋଲି ଆଶଙ୍କା କରାଯାଉଛି ।

ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ରିସ୍ପନା ଓ ବିନ୍ଦାଲ ନଦୀରେ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହାଦ୍ବାରା ଏହାର ସହାୟକ ନଦୀ ଗୁଡିକରେ ମଧ୍ୟ ଜଳ ସ୍ତର ବୃଦ୍ଧି ପାଉଛି । ଆଉ ଏହାର ପାଣି କୂଳ ଲଙ୍ଘିଲାଣି । ଯଦି ଆଗାମୀ ଦିନରେ ଅତ୍ୟଧିକ ବର୍ଷା ହେବ ତେବେ ପୁରା ସହର ଏହି ବନ୍ୟାରେ ଧ୍ବଂସ ପାଇଯିବ ।

ଯାହାକୁ ଆଖି ଆଗରେ ରଖି ଜଳ ବିଭାଗ ପକ୍ଷରୁ ଆର୍ଲଟ ଜାରି କରାଯାଇଛି । ନଦୀ କୂଳିଆ ଅଞ୍ଚଳରେ ବାସକରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି । ଯାହାଦ୍ବାରା ସମସ୍ତ ଧନ-ଜୀବନ ହାନୀ ନହୋଇ ସୁରକ୍ଷିତ ରହିବ । କାରଣ 2013 ମସିହାରେ ଉତ୍ତରାଖଣ୍ଡରେ ଯେଉଁ ପ୍ରଳୟଙ୍କାରୀ ବନ୍ୟା ଆସିଥିଲା ଯେଉଁଥିରେ 5 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିଲା ।

For All Latest Updates

ABOUT THE AUTHOR

...view details