ନୂଆଦିଲ୍ଲୀ: ବାୟୁସେନାକୁ ଅତ୍ୟଧିକ ଶକ୍ତିଶାଳୀ ଓ ପ୍ରଭାବଶାଳୀ କରିବା ପାଇଁ କେନ୍ଦ୍ର ସରକାର ସଙ୍କଳ୍ପବଦ୍ଧ । ଏଥିପାଇଁ 5000କୋଟି ଟଙ୍କାର ଆକାଶ ମିସାଇଲ ପରିଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ କମିଟି ନିକଟରେ ବାୟୁସେନା ପାଇଁ 5000 କୋଟି ଟଙ୍କାର ଏହି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି ଆକାଶ ମିସାଇଲ ପାକିସ୍ତାନ ଓ ଚୀନ ସୀମାରେ ମୁତୟନ ହେବ ବୋଲି ଜଣାଯାଇଛି ।
ଶତ୍ରୁ ବିଧ୍ବଂସୀ ଭାବରେ ପରିଚିତ ଏହି ଅମୋଘ ଅସ୍ତ୍ର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ । ଆକାଶରେ ଆକାଶ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମରେ ଶତ୍ରୁ ପକ୍ଷର ଲଢୁଆ ବିମାନକୁ ଧ୍ବସ୍ତବିଧ୍ବସ୍ତ କରିବାରେ ମାହିର । ଖାସ୍ ଏଥିପାଇଁ 6 ସ୍କ୍ବାଡ୍ରନ୍ ‘ଆକାଶ’ ମିସାଇଲ ସିଷ୍ଟମ କ୍ରୟ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ସୂତ୍ରୁ ପ୍ରକାଶିତ ଯେ ତିନି ବର୍ଷ ତଳର ଏହି ପ୍ରସ୍ତାବକୁ ସରକାର ମଞ୍ଜୁରୀ ଦେଇଥିବାରୁ ବାୟୁସେନାର ଏବେ ବାୟୁସେନାରେ ଆକାଶ ମିସାଇଲ ସିଷ୍ଟମ୍ ୧୫କୁ ବୃଦ୍ଧି ପାଇବ। ।