ଓଡିଶା

odisha

ETV Bharat / bharat

ସଂସଦରେ କୃଷି ସମ୍ବନ୍ଧିତ ବିଲକୁ ବିରୋଧ କରିବ ଅକାଳୀ ଦଳ - parliament session

କୃଷକଙ୍କ ପାଇଁ ମୋଦି ସରକାର ତିନୋଟି ଅଧ୍ୟାଦେଶ ଜାରି କରିଛନ୍ତି । ଏହାକୁ ବିରୋଧ କରିଛି ପଞ୍ଜାବରେ ବିଜେପିର ପୁରୁଣା ସହଯୋଗୀ ଶିରୋମଣି ଅକାଳୀ ଦଳ । ଅକାଳୀ ଦଳ ସରକାରଙ୍କ ଏହି ନିଷ୍ପତ୍ତିରେ ଖୁସି ନାହାଁନ୍ତି ।

ଶିରୋମଣି ଅକାଳୀ ଦଳ
ଶିରୋମଣି ଅକାଳୀ ଦଳ

By

Published : Sep 15, 2020, 4:08 PM IST

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ମୋଦି ସରକାର ତିନୋଟି ଅଧ୍ୟାଦେଶ ଜାରି କରିଛନ୍ତି । ଏହାକୁ ବିରୋଧ କରିଛି ପଞ୍ଜାବରେ ବିଜେପିର ପୁରୁଣା ସହଯୋଗୀ ଶିରୋମଣି ଅକାଳୀ ଦଳ । ଅକାଳୀ ଦଳ ସରକାରଙ୍କ ଏହି ନିଷ୍ପତ୍ତିରେ ଖୁସି ନାହାଁନ୍ତି । ଏହି ମାମଲାକୁ ନେଇ ଆଜି ସଂସଦରେ ଆକଳୀ ଦଳ ସ୍ବର ଉତ୍ତୋଳନ କରିବ । ଏହି ମାମଲା ସହ ଜଡିତ ବିଲକୁ ଦଳ ବିରୋଧ କରିବ । ଏହାସହ ଏହାକୁ ନେଇ ଭୋଟିଂ ମଧ୍ୟ କରିବେ ।

ପ୍ରକାଶଥାଉକି, କୃଷି ସେବା ଉପରେ ମୋଦି ସରକାର ତିନୋଟି ବିଲ୍ ଯଥା, କୃଷକ ଉତ୍ପାଦନ ବ୍ୟାପାର ଓ ବାଣିଜ୍ୟ ଅଧ୍ୟାଦେଶ, ଜରୁରୀ ଦ୍ରବ୍ୟ (ସଂଶୋଧନ) ଅଧ୍ୟାଦେଶ, ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ନେଇ କୃଷକ(ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତିନାମା, 2020 ଅଧ୍ୟାଦେଶ ଉପସ୍ଥାପନା କରିଛନ୍ତି । ଏହି ତିନୋଟି ନିୟମ ଆସିବା ପରଠାରୁ କୃଷକମାନେ ଏହାକୁ ବିରୋଧ କରିଆସୁଛନ୍ତି। ବର୍ତ୍ତମାନ ଏହାକୁ ବିଲ୍ ଭାବରେ ଘୋଷଣା କରାଯାଇଛି । ସରକାର ଶୀଘ୍ର ଏହି ବିଲ୍ ପାସ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଅନ୍ୟପକ୍ଷେ ଚାଷୀ ଏହାକୁ ନିରନ୍ତର ବିରୋଧ କରୁଛନ୍ତି । ପଞ୍ଜାବର ବିଭିନ୍ନ ଅଞ୍ଚଳରେ ଚାଷୀମାନେ ରାସ୍ତାକୁ ଓହ୍ଲାଇଛନ୍ତି । ସୋମବାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ କୃଷକ ବିରୋଧ ପ୍ରଦର୍ଶନ କରିଥିଲେ । ପଞ୍ଜାବ ଠାରୁ ତେଲେଙ୍ଗାନା ପର୍ଯ୍ୟନ୍ତ ଚାଷୀ କୃଷି ନିୟମ ବିରୁଦ୍ଧରେ କ୍ରୋଧ ପ୍ରକାଶ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ 250 କୃଷକ ସଂଗଠନ ଏକାଠି ହୋଇ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି।

ଏଥି ସହିତ ସୋମବାର ହରିୟାଣାର ସିର୍ସା ଠାରେ କୃଷକ ସଂଗଠନର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଚେତାବନୀ ଦିଆଯାଇଛି ଯେ ଯଦି ସେମାନଙ୍କର ଦାବି ପୂରଣ ନହୁଏ, ତେବେ ସେପ୍ଟେମ୍ବର 20 ରେ ଦେଶବ୍ୟାପୀ ବନ୍ଦ ପାଳନ ହେବ ।

ABOUT THE AUTHOR

...view details