ଓଡିଶା

odisha

ETV Bharat / bharat

ଏନସିପିରୁ ବହିଷ୍କୃତ ହେଲେ ଅଜିତ ପାୱାର

ଏନସିପି ଦଳରୁ ବିଦା ହୋଇଛନ୍ତି ଅଜିତ ପାୱାର। ପୁତୁରାକୁ ଦଳରୁ ବହିଷ୍କୃତ କରିଛନ୍ତି ଦାଦା ଶରଦ ପାୱାର। ସେହିପରି ବିଧାୟକ ଦଳନେତା ପଦରୁ ମଧ୍ୟ ଅଜିତଙ୍କୁ ବହିଷ୍କୃତ କରିଛି ଏନସିପି।

By

Published : Nov 23, 2019, 1:31 PM IST

ଫାଇଲ ଫଟୋ

ମୁମ୍ବାଇ: ଅଜିତ ପାୱାରଙ୍କୁ ଦଳରୁ ବହିଷ୍କୃତ କଲେ ଏନସିପି ମୁଖ୍ୟ ଶରଦ ପାୱାର । ସେହିପରି ବିଧାୟକ ଦଳ ନେତା ପଦରୁ ମଧ୍ୟ ହଟିଛନ୍ତି ସେ। ଏନସିପିର ନିଷ୍ପତ୍ତି ନନେଇ ବିଜେପି ସହ ଅଜିତ ହାତ ମିଳାଇଥିବା କହିଛନ୍ତି ଦଳ ପ୍ରମୁଖ ଶରଦ ପାୱାର। ସେହିପରି ଦଳର ବସିଥିବା ବୈଠକରେ ଶରଦ ପାୱାରଙ୍କ ସମର୍ଥନରେ ବାହାରିଛନ୍ତି ଦଳୀୟ ବିଧାୟକ।

ଏପଟେ ମିଳିତ ବୈଠକ କରିଛନ୍ତି ଏନସିପି ଓ ଶିବସେନା । ବୈଠକରେ କଂଗ୍ରେସ ଯୋଗଦେବାକୁ ନେଇ ପୂର୍ବରୁ ସ୍ଥିର ହୋଇଥିବା ବେଳେ ବର୍ତ୍ତମାନ ଚାଲିଥିବା ବୈଠକରେ ଅନୁପସ୍ଥିତ ରହିଛନ୍ତି କଂଗ୍ରେସ ନେତା । ଯାହାକୁ ପୁଣି ଏକ ଚର୍ଚ୍ଚା ଦ୍ବନ୍ଦରେ ପଡ଼ିଛି ଶିବସେନା।

ସୂତ୍ର ମୁତାବକ ଅଜିତ ପାୱାରଙ୍କ ସପକ୍ଷରେ ଦଳର 35ଜଣ ବିଧାୟକଙ୍କ ସମର୍ଥନ ରହିଛି । ଫଳରେ ବିଜେପି ସହ ହାତ ମିଳାଇ ସେ ସରକାର ଗଠନ କରିଛନ୍ତି । ରାଜଭବନରେ ଉପମୁଖ୍ୟମନ୍ତ୍ରୀ ରୂପେ ଅଜିତ ପାୱାର ଶପଥ ଗ୍ରହଣ କରିଥିବା ବେଳେ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି ଫଡନାଭିସ ।

ABOUT THE AUTHOR

...view details