ଓଡିଶା

odisha

ଗୋଟିଏ ଚିଠିରେ ଅଜିତ ଖେଳିଛନ୍ତି ରାଜନୀତିର ଖେଳ !

By

Published : Nov 23, 2019, 8:27 PM IST

ଗୋଟିଏ ଚିଠି ବଳରେ ଅଜିତ ପାଓ୍ବାର ମହାରାଷ୍ଟ୍ର ରାଜନୀତିରେ ଏମିତି ଖେଳ ଖେଳିଥିବା ଏନସିପି ମୁଖ୍ୟ ଶରଦ ପାଓ୍ବାର ଅଭିଯୋଗ କରିଛନ୍ତି । ଅଜିତ ରାଜ୍ୟପାଳଙ୍କୁ ଦେଇଥିବା ଚିଠିରେ 54 ବିଧାୟକଙ୍କ ହସ୍ତାକ୍ଷର ଥିବା ଶରଦ କହିଛନ୍ତି ।

ଫାଇଲ ଫଟୋ

ହାଇଦ୍ରାବାଦ: ଶନିବାର ସକାଳୁ ମହାରାଷ୍ଟ୍ର ରାଜନୀତିରେ ସବୁଠୁ ବଡ ହାଇ ଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳିଛି । ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ପଦର ଶପଥ କରାଇଛନ୍ତି । ଅନ୍ୟପକ୍ଷେ ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି । ଖବର ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତିରେ ହଲଚଲ ଦେଖିବାକୁ ମିଳିଥିଲା । ଜାଣନ୍ତୁ ତମାମ ଘଟଣା ସମ୍ପର୍କରେ....

ଗୋଟିଏ ଚିଠି ବଳରେ ଅଜିତ ମହାରାଷ୍ଟ୍ର ରାଜନୀତିରେ ଏମିତି ଖେଳ ଖେଳିଥିବା ଏନସିପି ମୁଖ୍ୟ ଶରଦ ପାଓ୍ବାର ଅଭିଯୋଗ କରିଛନ୍ତି । ବିଧାୟକ ଦଳର ନେତା ଭାବେ ଅଜିତ ପାଓ୍ବାରଙ୍କ ପାଖରେ ସମସ୍ତ ପାର୍ଟି ବିଧାୟକଙ୍କର ହସ୍ତାକ୍ଷର ଥିଲା । ଏହି ଚିଠି ନେଇ ଅଜୀତ ପାଓ୍ବାର ରାଜ୍ୟପାଳଙ୍କ ପାଖାକୁ ଯିବା ସହ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଥିଲେ ବୋଲି ଶରଦ କହିଛନ୍ତି ।

ABOUT THE AUTHOR

...view details