ଶ୍ରୀନଗର: କାଶ୍ମୀର ଘାଟିରେ ପ୍ରାୟ 10 ଦିନ ବିତାଇବା ପରେ ଶୁକ୍ରବାର ଦିଲ୍ଲୀ ଫେରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଯୋଜନା ଗୁଡିକର ସୁଚାର କାର୍ଯ୍ୟାନ୍ବୟନ ସୁନିଶ୍ଚିତ କରିବା ଏବଂ ସେଠାକାର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ କାଶ୍ମୀର ଗସ୍ତ କରିଥିଲେ ଡୋଭାଲ ।
ଡୋଭାଲ ଗତ ଅଗଷ୍ଟ 6 ତାରିଖରେ କାଶ୍ମୀର ପହଞ୍ଚି ସେଠାକାର ସୁରକ୍ଷା ଦାୟିତ୍ବ ନିଜ ମୁଣ୍ଡ ଉପରକୁ ନେଇଥିଲେ । କୌଣସି ପ୍ରକାର ପ୍ରାଣହାନୀ କିମ୍ବା କୌଣସି ପ୍ରକାର ହିଂସା ନହୁଏ ସେ ନେଇ ମଧ୍ୟ ସୁନିଶ୍ଟିତ କରିବାର ଦାୟିତ୍ବ ନେଇଥିଲେ ଡୋଭାଲ । ତେବେ ନିଜ ଗସ୍ତରେ ଡୋଭାଲ ସୋପିଆନ ଜିଲ୍ଲା ଯାଇ ସେଠାରେ ସ୍ଥାନୀୟ ଲୋକ ଏବଂ ସୁରକ୍ଷାକର୍ମୀଙ୍କୁ ସାକ୍ଷାତ କରିଥିଲେ ।