ଓଡିଶା

odisha

ETV Bharat / bharat

ସାଧାରଣ ନିର୍ବାଚକୁ ଏଡ଼ାଇବା ପାଇଁ ହେଲା ଏୟାର ଷ୍ଟ୍ରାଇକ: ସିପିଏମ

ଭାରତ ସେନା ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକ ସାଧାରଣ ନିର୍ବାଚନ ପ୍ରକ୍ରିୟାକୁ ଏଡାଇବା ହୋଇଥିଲା। ଯାହା ଭାରତୀୟ ଜନତା ପାର୍ଟି(ବିଜେପି) ଓ ରାଷ୍ଟ୍ରୀୟ ସ୍ୱଂସସେବକ ସଂଘ(ଆରଏସଏସ) ମିଳିତରେ ଏହା ଏକ ଚକ୍ରାନ୍ତ।

By

Published : Feb 27, 2019, 12:28 PM IST

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ

କୋଟ୍ଟାୟମ: ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକ ଏକ ଚକ୍ରାନ୍ତ । ପାକିସ୍ତାନୀ ମାଟିରେ ଡେରା ଜମାଇଥିବା ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିବାକୁ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକକୁ ସାରା ଦେଶ ପ୍ରଶଂସା କରୁଥିବାବେଳେ ସିପିଏମ ନେତା ଏହାକୁ ନେଇ ଭିନ୍ନ ମତ ଦେଇଛନ୍ତି।

ଏନେଇ କେରଳ ୟୁନିଟର ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି(ସିପିଏମ)ର ଚିନ୍ତାଧାରା ଟିକେ ଅଲଗା। ସିପିଏମର ରାଜ୍ୟ ସଚିବ କୋଦିୟେରୀ ବାଳାକୃଷ୍ଣ କହିଛନ୍ତି ଯେ, ଭାରତ ସେନା ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକ ସାଧାରଣ ନିର୍ବାଚନ ପ୍ରକ୍ରିୟାକୁ ଏଡାଇବା ହୋଇଥିଲା । ଯାହା ଭାରତୀୟ ଜନତା ପାର୍ଟି(ବିଜେପି) ଓ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ(ଆରଏସଏସ) ମିଳିତରେ ଏହା ଏକ ଚକ୍ରାନ୍ତ।

ସେ ଆହୁରି ମଧ୍ୟ କରିଛନ୍ତି ଯେ, ସାଧାରଣ ନିର୍ବାଚନ ପୂର୍ବରୁ ମଙ୍ଗଳବାର ପାକିସ୍ତାନ ଉପରେ ହୋଇଥିବା ଆକ୍ରମଣ ପାକିସ୍ତାନକୁ ଯୁଦ୍ଧ କରିବାକୁ ଉସକେଇବା ପାଇଁ ବିଜେପି-ଆରଏସଏସର ମିଳିତ ଚକ୍ରାନ୍ତ ରୂପେ ଦେଖାଯାଇପାରେ। ଏହା ସାଧାରଣ ନିର୍ବାଚନକୁ ଏଡାଇବା ପାଇଁ କରାଯାଇଛି । ଏହାସହ ମୋଦି ସରକାର କାଶ୍ମୀର ମାମଲାକୁ ସମାଧାନ କରିବା ପରିବର୍ତ୍ତେ କାଶ୍ମୀର ଲୋକଙ୍କୁ ଶତ୍ରୁ କରିବାକୁ ଚେଷ୍ଟା କରୁଛନ୍ତି।

ଅନ୍ୟପଟେ ଏୟାର ଷ୍ଟ୍ରାଇକ ପରେ ବିଚଳିତ ହୋଇପଡିଥିବା ପାକିସ୍ତାନ କହିଛି ଯେ, ଭାରତ ଏଲଓସିର ଉଲ୍ଲଂଘନ କରି ଯୁଦ୍ଧକୁ ଡାକରା ଦେଇଛି ।

ABOUT THE AUTHOR

...view details