ବେଙ୍ଗାଲୁରୁ: ବିଜ୍ଞାନର ବଳରେ ଆହୁରି ଦେଶ ବିକାଶମୁଖୀ ହେଉଛି । ତେବେ ନୂତନ ଟେକନୋଲୋଜି ବ୍ୟବହାର କରି ଆଇଆଇଟି ଦିଲ୍ଲୀ ଛାତ୍ର ଦେଖାଇଛନ୍ତି କମାଲ । ସୁଦ୍ଧ ବାୟୁ ପାଇଁ କମ ଦାମରେ ତିଆରି କଲେ ୱାଟର ପ୍ୟୁରି ଫାୟର । ଛାତ୍ର ଜଣକ ହେଲେ ମହମ୍ମଦ ଫିରୋଜ ।
11ତମ ବେଙ୍ଗାଲୁରୁ ନାନୋ କନଫରେନ୍ସରେ ସେ ଏହି ଏୟାର ପ୍ୟୁରିଫାୟର ପ୍ରଦର୍ଶିତ କରିଛନ୍ତି । ସାଧାରଣତଃ ବଜାରରେ 10ରୁ 50 ହଜାର ଭିତରେ ଉପଲବ୍ଧ ହୋଇଥାଏ । କିନ୍ତୁ ମାତ୍ର 5ଶହ କିମ୍ବା ତା ଠାରୁ କମ ଟଙ୍କାରେ ମିଳିବ ମହମ୍ମଦ ତିଆରି କରିଥିବା ଏହି ଏୟାର ପ୍ୟୁରି ଫାୟର। ନାନୋ ଟେକନୋଲୋଜିର ବ୍ୟବହାର କରି ସେ ଏହାକୁ ତିଆରି କରିଛନ୍ତି । '