ଓଡିଶା

odisha

ETV Bharat / bharat

କୋଭିଡରେ ମୃତ କର୍ମଚାରୀଙ୍କ ପରିବାକୁ କ୍ଷତିପୂରଣ ଦେବ ଏୟାର ଇଣ୍ଡିଆ

ଏୟାର ଇଣ୍ଡିଆ ଅନେକ କର୍ମଚାରୀ କୋଭିଡ ଦ୍ବାରା ସଂକ୍ରମିତ ହୋଇଛନ୍ତି ଏବଂ ଏହି ମହାମାରୀ ଯୋଗୁଁ କେତେକଙ୍କର ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ସର୍କୁଲାର ଜାରି କରି କୁହାଯାଇଛି । ଅଧିକ ପଢନ୍ତୁ..

କୋଭିଡରେ ମୃତ କର୍ମଚାରୀଙ୍କ ପରିବାକୁ କ୍ଷତିପୂରଣ ଦେବ ଏୟାର ଇଣ୍ଡିଆ
କୋଭିଡରେ ମୃତ କର୍ମଚାରୀଙ୍କ ପରିବାକୁ କ୍ଷତିପୂରଣ ଦେବ ଏୟାର ଇଣ୍ଡିଆ

By

Published : Jul 21, 2020, 8:45 PM IST

ନୂଆଦିଲ୍ଲୀ: କୋରୋନା କବଳରେ ସମଗ୍ର ବିଶ୍ବ । ଏଥିରେ ବହୁ ଲୋକଙ୍କ ଜୀବନ ଯାଇଥିବା ବେଳେ ରାଷ୍ଟ୍ରାୟତ ବିମାନ ପରିଚାଳନା କମ୍ପାନୀ ଏୟାରଇଣ୍ଡିଆର କିଛି କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ତେବେ ସେମାନଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି କମ୍ପାନୀ ଏକ ଅଫିସିଆଲ ସର୍କୁଲାର୍ ଜାରି କରି କହିଛି ।

ତେବେ କୋରୋନା ଭାଇରସରେ କେତେ ଜଣ କର୍ମଚାରୀ ସଂକ୍ରମିତ ଓ କେତେ ମୃତ ସେ ନେଇ ଏୟାର ଇଣ୍ଡିଆ ମୁଖପାତ୍ର କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି ।

ଜୁଲାଇ 20 ରେ ଜାରି କରାଯାଇଥିବା ଆଭ୍ୟନ୍ତରୀଣ ସର୍କୁଲାରରେ ଦର୍ଶାଯାଇଛି ଯେ ‘‘କମ୍ପାନୀର ଅନେକ କର୍ମଚାରୀ କୋଭିଡ ଦ୍ବାରା ସଂକ୍ରମିତ ହୋଇଛନ୍ତି ଏବଂ ଏହି ମହାମାରୀ ଯୋଗୁଁ କେତେକଙ୍କର ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ପରିବାର ସ୍ବାର୍ଥକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କ ପରିବାର ସଦସ୍ୟ କିମ୍ବା ଆଇନଗତ ଉତ୍ତରାଧିକାରୀଙ୍କୁ କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ନିଆଯାଇଛି।’’

ସର୍କୁଲାରରେ କୁହାଯାଇଛି କି, କୋଭିଡ -19 ଯୋଗୁଁ ପ୍ରାଣ ହରାଇଥିବା ସ୍ଥାୟୀ କର୍ମଚାରୀଙ୍କ ପରିବାର କିମ୍ବା ଆଇନଗତ ଉତ୍ତରାଧିକାରୀଙ୍କୁ 10 ଲକ୍ଷ ଟଙ୍କା ଲେଖାଏଁ, ଚୁକ୍ତିଭିତ୍ତିକ (contract) କର୍ମଚାରୀଙ୍କ ପାଇଁ 5 ଲକ୍ଷ ଟଙ୍କା ଏବଂ ଏକ ବର୍ଷ ଯାଏଁ ଲଗାତାର କାମ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କ ସମ୍ପର୍କୀୟଙ୍କୁ 90 ହଜାର ଟଙ୍କା ଦିଆଯିବ ।

କଣ୍ଟ୍ରାକ୍ଟର କିମ୍ବା ସେବା ପ୍ରଦାନକାରୀଙ୍କ ଜରିଆରେ କାମରେ ନିୟୋଜିତ ବ୍ୟକ୍ତିଙ୍କ ପରିବାର କିମ୍ବା ଆଇନଗତ ଅଧିକାରୀଙ୍କୁ 2 ମାସର ମୂଳ ଦରମା ସହ ସମାନ ଟଙ୍କା ପ୍ରଦାନ କରାଯିବ ବୋଲି ସର୍କୁଲାରରେ ଦର୍ଶାଯାଇଛି ।

ABOUT THE AUTHOR

...view details