ଓଡିଶା

odisha

ETV Bharat / bharat

ଏୟାର ଇଣ୍ଡିଆର ପାଖରେ ଦରମା ଦେବାକୁ ପଇସା ନାହିଁ - fund

ଆସନ୍ତା ଅକ୍ଟୋବର ପରେ ଏୟାର ଇଣ୍ଡିଆ କମ୍ପାନୀ ପାଖରେ କର୍ମଚାରୀଙ୍କୁ ଦରମା ଦେବାକୁ ମଧ୍ୟ ସମ୍ବଳ ନଥିବ । ଏଭଳି ସୂଚନା ଦେଇଛନ୍ତି ଦୁଇଜଣ ସରକାରୀ ଅଧିକାରୀ

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@ ଟ୍ୱିଟର

By

Published : Jul 2, 2019, 12:51 PM IST

Updated : Jul 2, 2019, 12:58 PM IST

ନୂଆଦିଲ୍ଲୀ: ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆରେ ଦେଖାଦେଇଛି ଆର୍ଥିକ ସଙ୍କଟାବସ୍ଥା । ବିଏସଏନଏଲ ଭଳି ଏୟାର ଇଣ୍ଡିଆ ମଧ୍ୟ ଆର୍ଥିକ ସମସ୍ୟା ଦେଇ ଗତି କରୁଛି । ଆସନ୍ତା ଅକ୍ଟୋବର ପରେ କମ୍ପାନୀ ପାଖରେ କର୍ମଚାରୀଙ୍କୁ ଦରମା ଦେବାକୁ ମଧ୍ୟ ସମ୍ବଳ ନଥିବ । ଏଭଳି ସୂଚନା ଦେଇଛନ୍ତି ଦୁଇଜଣ ସରକାରୀ ଅଧିକାରୀ ।

ସେଥିରୁ ଜଣେ ଅଧିକାରୀ ନିଜ ପରିଚୟ ଗୋପନ ରଖି ଏବବାଦରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସରକାର ଏୟାର ଇଣ୍ଡିଆକୁ 7 ହଜାର କୋଟି ଟଙ୍କା ସାୱରନ ଗ୍ୟାରେଣ୍ଟି ଭାବେ ଦେଇଥିବାବେଳେ ସେଥିରୁ 2,500କୋଟି ରହିଛି । ଯାହା ଖୁବଶୀଘ୍ର ଖର୍ଚ୍ଚ ହୋଇଯିବ । ଏବଂ ଏହା ପରେ କମ୍ପାନୀ ଦେବାଳିଆ ସ୍ଥିତିକୁ ଆସିଯିବ ବୋଲି ସେ କହିଛନ୍ତି ।

କୁହାଯାଉଛି କି, ଆସନ୍ତା ଅକ୍ଟୋବର ମାସ ପରେ କର୍ମାଚାରୀଙ୍କୁ ଦରମା ଦେବାକୁ ବି ଅସମର୍ଥ୍ୟ ହୋଇଯିବ ଏୟାର ଇଣ୍ଡିଆ । ପ୍ରତି ମାସରେ ଏୟାର ଇଣ୍ଡିଆକୁ କର୍ମଚାରୀଙ୍କ ଦରମା ବାବଦରେ 300 କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବାବେଳେ ବର୍ତ୍ତମାନ ମଧ୍ୟ ଠିକ୍ ସମୟରେ ଟଙ୍କା ଦେଇପାରୁନାହିଁ । ମେ ମାସରେ 10 ଦିନ ବିଳମ୍ବରେ କର୍ମଚାରୀଙ୍କୁ ଦରମା ମିଳିଥିବା ଜଣାପଡିଛି ।

ତେବେ କେବଳ ଏୟାର ଇଣ୍ଡିଆ ନୁହେଁ ସରକାରୀ କମ୍ପାନୀ ବିଏସଏନଏଲରେ ମଧ୍ୟ ସମାନ ଅବସ୍ଥା । ଏଣେ ଚଳିତ ଆର୍ଥିକବର୍ଷରୁ ଏୟାର ଇଣ୍ଡିଆକୁ କରଜ ନେଇଥିବା 9 ହଜାର କୋଟି ଟଙ୍କା ପରିଶୋଧ କରିବାକୁ ଚାପ ରହିଛି । ଏହାକୁ ଦେଖି ଏୟାର ଇଣ୍ଡିଆ ମଧ୍ୟ ଦେବାଳିଆ ସ୍ଥିତିକୁ ଗତି କରୁଥିବା କୁହାଯାଉଛି ।

Last Updated : Jul 2, 2019, 12:58 PM IST

ABOUT THE AUTHOR

...view details