ଓଡିଶା

odisha

ETV Bharat / bharat

ବାୟୁସେନା ଦେଖାଇଲା ବଜରଙ୍ଗବାଲୀଙ୍କ ସମବୀରତ୍ବ: ସୁମିତ୍ରା ମହାଜନ

ପୌରାଣିକ କାହାଣୀ ରାମାୟଣର ହନୁମାନଙ୍କ ସହ କାର୍ଯ୍ୟକଳାପ ଲଙ୍କା ଦହନ କାହାଣୀ ଓ ବାୟୁସେନାକୁ ହନୁମାନଙ୍କ ସହ ତୁଳନା କରିଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ। ସେ କହିଛନ୍ତି  ହନୁମାନ ଲାଙ୍ଗୁଳର ନିଆଁ ଲଗାଇଥିବା ରାକ୍ଷସଙ୍କ ସୁନାର ଲଙ୍କାକୁ ଜାଳି ଧ୍ବଂସ କରି ନିରାପଦ ଭାବରେ ରାମଙ୍କ ପାଖକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

By

Published : Feb 27, 2019, 2:04 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ପୁଲୱାମା ପ୍ରତିଶୋଧ ନେଲା ଭାରତୀୟ ବାୟୁ ସେନା । ପିଓକେରେ ପଶି ମାଟିରେ ମିଶାଇଦେଲା ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳୀକୁ। ସବୁଜ ଉପତ୍ୟକାରେ ଭାରତୀୟ ବାୟୁ ସେନା(ଆଇଏଏଫ୍‌) ରଚିଲା ଧ୍ବଂସର ଲୀଳା। ଏହାକୁ ନେଇ ପୌରାଣିକ କାହାଣୀ ରାମାୟଣର ହନୁମାନଙ୍କ ସହ କାର୍ଯ୍ୟକଳାପ ଲଙ୍କା ଦହନ କାହାଣୀ ଓ ବାୟୁସେନାକୁ ହନୁମାନଙ୍କ ସହ ତୁଳନା କରିଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ।


ସେ କହିଛନ୍ତି ହନୁମାନ ଲାଙ୍ଗୁଳର ନିଆଁ ଲଗାଇଥିବା ରାକ୍ଷସଙ୍କ ସୁନାର ଲଙ୍କାକୁ ଜାଳି ଧ୍ବଂସ କରି ନିରାପଦ ଭାବରେ ରାମଙ୍କ ପାଖକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେହିଭଳି ଭାବରେ ବାୟୁ ସେନା ନିଜର ପରାକ୍ରମ ଦେଖାଇ ଆତଙ୍କର ଲଙ୍କାକୁ ଛାରଖାର କରିଦେଇଛି। ବାୟୁ ସେନା ତାର କାମ କରିଥିବା ବେଳେ ଶତ୍ରୃଦେଶ ଏହାର ପ୍ରମାଣ ଖୋଜିବାରେ ବ୍ୟସ୍ତ ରହିଛି।


ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୁଲୱାମା ପ୍ରତିଶୋଧ ନେବା ପାଇଁ ବ୍ୟଗ୍ର ଥିବା ଭାରତୀୟ ବାୟୁ ସେନା ପିଓକେରେ ପଶି ମଙ୍ଗଳବାର ୧୦୦୦ କେଜିର ବୋମା ପକାଇ ଶତ୍ରୁ ଶିବିର ଉପରେ ଜବରଦସ୍ତ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଜୈଶ-ଏ-ମହମ୍ମଦର ଆଡ୍ଡା, କଣ୍ଟ୍ରୋଲ ରୁମ, ଟ୍ରେନର, କମାଣ୍ଡରଙ୍କ ସମେତ କ୍ୟାମ୍ପ ଗୁଡିକୁ ଧ୍ବଂସ ହୋଇଥିବା ବେଳେ 350ରୁ ଉର୍ଦ୍ଧ୍ବ ଆତଙ୍କବାଦୀ ନିହତ ହୋଇଥିବାର ଖବର ରହିଛି ।

For All Latest Updates

ABOUT THE AUTHOR

...view details