ଓଡିଶା

odisha

ETV Bharat / bharat

ଭାରତୀୟ ବାୟୁସେନା କିଣିବ 'ବଙ୍କର ବିଧ୍ବଂସୀ' ସ୍ପାଇସ୍‌-୨୦୦୦ ବୋମା

ବାଲାକୋଟ୍‌ ଏୟାରଷ୍ଟ୍ରାଇକରେ ବ୍ୟବହୃତ ଅତ୍ୟାଧୁନିକ ସ୍ପାଇସ୍‌-୨୦୦୦ ବୋମା ଇସ୍ରାଇଏଲ ଠାରୁ କିଣିବାକୁ ଯାଉଛି ଭାରତୀୟ ବାୟୁସେନା ।

By

Published : May 9, 2019, 12:29 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ : ଅପରେସନ୍‌ ବାଲାକୋଟ୍‌ରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାକୁ ଧ୍ବଂସ୍ତବିଧ୍ବସ୍ତ କରିଥିଲା ଭାରତୀୟ ବାୟୁସେନା । ଏୟାରଷ୍ଟ୍ରାଇକ କରି ଘନଘନ ବୋମା ପକାଇଥିଲା ଆତଙ୍କୀ ଶିବିରକୁ । ଏହି ଷ୍ଟ୍ରାଇକରେ ବାୟୁସେନା ବ୍ୟବହାର କରିଥିବା ବିଧ୍ବଂସକ ଅତ୍ୟାଧୁନିକ ସ୍ପାଇସ୍‌-୨୦୦୦ ବୋମା ଇସ୍ରାଇଏଲ ଠାରୁ କିଣିବାକୁ ଯାଉଛି ଭାରତ ।


ଏହି ବୋମାର ଧ୍ବଂସକାରୀ ପ୍ରଭାବକୁ ନଜରରେ ରଖି ଏବେ ଭାରତୀୟ ବାୟୁସେନା ଏହି ସ୍ପାଇସ-୨୦୦୦ ବୋମାର ଅତ୍ୟନ୍ତ ଉନ୍ନତ ଭର୍ସନକୁ କିଣିବାକୁ ଯୋଜନା କରୁଛି । ଏହା ଅତ୍ୟାଧୁନିକ ବଙ୍କର ବୁଷ୍ଟର ବୋମା ଅତ୍ୟନ୍ତ କଠିନ ଚଟାଣ, କୋଠାକୁ ଅତି ସହଜରେ ମାଟିରେ ମିଶାଇବା କ୍ଷମତା ରଖିଥାଏ । ଏହା ଏକ ବଙ୍କର ସହ ମୋଟା କଂକ୍ରିଟକୁ ଅତି ସହଜରେ ପ୍ରବେଶ କରିବା ସହ ଓ ବିସ୍ଫୋରଣ କରି ଫଟାଇବା କ୍ଷମତା ବହନ କରିଥାଏ ।


ଶତ୍ରୁ ପକ୍ଷର ଶକ୍ତିକୁ ଅନୁଧ୍ୟାନ କରିବା ପରେ ନିଜର ଶକ୍ତି ବୃଦ୍ଧି ଉଦ୍ଦେଶ୍ୟରେ ଦେଶର ତିନି ସେନା ଜରୁରୀକାଳୀନ ପରିସ୍ଥିତିରେ ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର କିଣିପାରିବେ ବୋଲି କେନ୍ଦ୍ର ସରକାର ଦେଶର ତିନି ସେନା ବାହିନୀକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରିଥିବା ଜାଣିବାକୁ ମିଳିଛି । ଖୁବ ଶୀଘ୍ର ଏହି ସ୍ବତନ୍ତ୍ର କ୍ଷମତା ବଳରେ ଭାରତୀୟ ବାୟୁସେନା ଇସ୍ରାଏଲ୍‌ ଠାରୁ ଏହି ଧ୍ବଂସକାରୀ ବୋମା କିଣିବାକୁ ଯାଉଛି ।

For All Latest Updates

ABOUT THE AUTHOR

...view details