ଓଡିଶା

odisha

ETV Bharat / bharat

'ଏହା ମୋଦିଙ୍କ ହିନ୍ଦୁସ୍ତାନ, ଘରେ ପଶିବ ବି ମାରିବ ବି' - India

ଉରୀ ହମଲା ପରେ ହୋଇଥିଲା ସର୍ଜିକାଲ ଷ୍ଟ୍ରାଇକ। ଆଉ ପୁଲୱାମା ହମଲା ପରେ ହୋଇଛି ଏୟାର ଷ୍ଟ୍ରାଇକ। ଏଲଓସି ନିକଟସ୍ଥ ପିଓକେରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପର ଆକାଶ ମାର୍ଗରୁ ଆକ୍ରମଣ କରିଛି ଭାରତ। ପାକିସ୍ତାନକୁ ଦିଆଯାଇଛି ମୁହଁତୋଡ ଜବାବ। 3ଶହରୁ ଉର୍ଦ୍ଧ୍ବ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଆଉ ଏହାପରେ ଭାରତୀୟ ବାୟୁସେନାକୁ ବାହାବାହା ଦେଇଛନ୍ତି ବହୁ ରାଜନୈତିକ ଦଳ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରାଯାଉଛି ଭୂୟସୀ ପ୍ରଂଶସା।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Feb 26, 2019, 12:18 PM IST

ନୂଆଦିଲ୍ଲୀ:ଆତଙ୍କବାଦୀଙ୍କ ପେଣ୍ଠସ୍ଥଳୀ ପାଲଟିଥିବା ପାକିସ୍ତାନ ଉପରେ ଭାରତୀୟ ବାୟୁସେନାର ମୁହଁତୋଡ ଜବାବକୁ ନେଇ ସମସ୍ତେ ତାରିଫ କରୁଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତୀୟ ବାୟୁସେନାର ପାଇଲଟଙ୍କୁ ସାଲ୍ୟୁଟ କରୁଛି ବୋଲି ଟ୍ବିଟ କରି କହିଛନ୍ତି ।

ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରିୱାଲ ମଧ୍ୟ ବାୟୁସେନାର ପାଇଲଟଙ୍କୁ ଧନ୍ୟବାଦ ଦେଇଛନ୍ତି । କହିଛନ୍ତି, ପାକିସ୍ତାନରେ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଇଥିବା ଭାରତୀୟ ବାୟୁସେନା ପାଇଁ ଆମେ ଗର୍ବିତ ।

ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ଭାରତୀୟ ବାୟୁସେନାକୁ ସାଲ୍ୟୁଟ କରିଛନ୍ତି । ଏଭଳି ସାହାସିକ କାର୍ଯ୍ୟ ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ଅଖିଳେଶ ।

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମଧ୍ୟ ଟ୍ବିତ କରି ଭାରତୀୟ ଯବାନଙ୍କୁ ତାରିଫ କରିଛନ୍ତି । ଉରୀ ଚଳଚିତ୍ରର ଏକ ଡାଇଲଗକୁ ଟ୍ବିଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି, ''ୟେ ମୋଦି କା ହିନ୍ଦୁସ୍ତାନ ହେ, ଘର ମେଁ ଘୁସେଗା ଭି ୱୌର ମାରେଗା ଭି । '' ଆହୁରି ମଧ୍ୟ ସେ କହିଛନ୍ତି, ପ୍ରତି ବୁନ୍ଦା ରକ୍ତର ହିସାବ ନିକାସ ହେବ । ଏହା ଆରମ୍ଭ ମାତ୍ର । ଦେଶକୁ କେବେ ବି ତଳେ ପକାଇବାକୁ ଦେବୁନାହୁଁ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଭାରତୀୟ ବାୟୁସେନାକୁ ପ୍ରଂଶସା କରିଛନ୍ତି । ଭାରତୀୟ ବାୟୁସେନାକୁ ନୁଆଁ ନାମ ଦେଇ କହିଛନ୍ତି ଏହା ଇଣ୍ଡିଆନ ଆମେଜିଙ୍ଗ ଫୋର୍ସ ।

କେନ୍ଦ୍ରମନ୍ତ୍ରୀ ବିଜୟ କୁମାର ସିଂହ କହିଛନ୍ତି, ଭାରତକୁ ହଜାରେ ଟୁକୁଡା କରି ରକ୍ତ ବୁହାଇବା ପାଇଁ ପାକିସ୍ତାନ ଚାହେଁ । ହେଲେ ଜାଣିବା ଦରକାର, ଭାରତ ପ୍ରତି ହମଲାର ଯବାବକୁ ଦୃଢରୁ ଦୃଢତର ଭାବରେ ଦେବୁ । ଏହାସହ ସେ ଭାରତୀୟ ବାୟୁସେନାକୁ ଧନ୍ୟବାଦ ଦେଇଛନ୍ତି ।

ABOUT THE AUTHOR

...view details