ଏୟାର ଷ୍ଟାଇକ ପରେ ବାୟୁସେନାର ପ୍ରମୁଖ ଏୟାର ମାର୍ଶଲ ବି.ଏସ ଧାନୋଆ ଓ ନୌସେନା ମୁଖ୍ୟ ସୁନିଲ ଲାମ୍ବାଙ୍କ ଜୀବନ ପ୍ରତି ବିପଦ ରହିଥିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସରକାରୀ ସୁତ୍ରରୁ ପ୍ରକାଶ। ସ୍ଥଳସେନା ମୁଖ ଜେନେରାଲ ବିପିନ ରାୱତଙ୍କୁ ପୂର୍ବରୁ ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି।
ଏଣିକି ବାୟୁସେନା ଓ ନୌସେନା ପ୍ରମୁଖଙ୍କୁ ଦିଆଯିବ ଜେଡ୍ ପ୍ଲସ ସୁରକ୍ଷା
ଏଣିକି ନୌସେନା ଓ ବାୟୁସେନା ମୁଖ୍ୟଙ୍କୁ ଦିଆଯିବ ଜେଡ୍ ପ୍ଲସ ସୁରକ୍ଷା ବ୍ୟବସ୍ଥା। ଏୟାର ଷ୍ଟ୍ରାଇକ ପରେ ଦୁଇ ସେନା ମୁଖ୍ୟଙ୍କ ଉପରେ ବିପଦ ଥିବା ଲକ୍ଷ୍ୟ କରି ଏପରି ନିଷ୍ପତ୍ତି ନିଆଯାଇଛି।
ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
ପୁଲୱାମା ଆକ୍ରମଣ ପରେ ଅଶାନ୍ତ ହୋଇ ପଡିଛି ଦୁଇ ଦେଶ। ସ୍ଥଳସେନା, ବାୟୁ ସେନା ଓ ନୌସେନାର ଉପରେ କେତେବେଳେ ମଧ୍ୟ ପଡୋଶୀ ରାଷ୍ଟ୍ର ପାକିସ୍ତାନ ଆକ୍ରମଣ କରିପାରେ। ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।