ଓଡିଶା

odisha

ETV Bharat / bharat

ପୁଣି ଜୟପୁରରେ ବାବା ରାମଦେବଙ୍କ ବିରୋଧରେ ମାମଲା ରୁଜ୍ଜୁ

କୋରୋନା ଚିକିତ୍ସା ପାଇଁ ଔଷଧ ବାହାର କରିଥିବା ନେଇ ଦାବି କରୁଥିବା ଯୋଗ ଗୁରୁ ବାବା ରାମଦେବଙ୍କ ଅଡୁଆ ବଢି ବଢି ଚାଲିଛି । ଏବେ ପୁଣି ଥରେ ରାଜସ୍ଥାନରେ ବାବା ରାମଦେବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

_ramdev baba
ପୁଣି ଜୟପୁରରେ ରାମଦେବଙ୍କ ବିରୋଧରେ ମାମଲା ରୁଜୁ

By

Published : Jun 27, 2020, 4:54 PM IST

ଜୟପୁର: କୋରୋନା କାୟାରେ ସମଗ୍ର ବିଶ୍ବ । ସମଗ୍ର ବିଶ୍ବରେ କୋରୋନା ଚିକିତ୍ସା ପାଇଁ ଔଷଧ ଖୋଜି ବାହାର କରିବାରେ ସମଗ୍ର ଦେଶ ବିଫଳ ହୋଇଛନ୍ତି । ଏହା ମଧ୍ୟରେ କୋରୋନା ଚିକିତ୍ସା ପାଇଁ ଔଷଧ ବାହାର କରିଥିବା ନେଇ ଦାବି କରୁଥିବା ଯୋଗ ଗୁରୁ ବାବା ରାମଦେବ ଅଡୁଆ ବଢି ବଢି ଚାଲିଛି । ଏବେ ପୁଣି ଥରେ ରାଜସ୍ଥାନରେ ବାବା ରାମଦେବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ରାଜସ୍ଥାନ ରାଜଧାନୀ ଜୟପୁରର ଜ୍ୟୋତିନଗର ପୋଲିସ ଷ୍ଟେସନରେ ବାବା ରାମଦେବଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମାମଲାରେ ଦିବ୍ୟ ଫାର୍ମାସୀର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକ୍ରିଷ୍ଣା ଏବଂ ପତଞ୍ଜଳି ରିସର୍ଚ୍ଚ ଇନଷ୍ଟିଟ୍ୟୁଟର ବରିଷ୍ଠ ବୈଜ୍ଞାନିକ ଅନୁରାଗ ବାଷ୍ଣୋର୍ଯ୍ୟଙ୍କ ସମେତ ଡ. ବଲବୀର ସିଂ ତୋମର ଏବଂ ଡ. ଅନୁରାଗ ସିଂ ତୋମାରଙ୍କ ନାମ ରହିଛି ।

ତେବେ ଏକିଲ ବଳରାମ ଜାଖଡ ଏବଂ ଅଙ୍କିତ କପୁର ଏହି ମାମଲା ରୁଜୁ କରାଯାଇଛି । ଏଫଆଇଆରରେ ଅଭିଯୋଗ ହୋଇଛି ଯେ, ମହାମାରୀ ସମୟରେ ଲୋକଙ୍କୁ ଧୋକା ଦେଇ ନକଲି ଔଷଧ ତିଆରୀ କରି କୋଟି କୋଟି ଟଙ୍କା ରୋଜଗାର କରିବା ଉଦ୍ଦେଶ୍ୟରେ ସମସ୍ତ ଟିଭି ଚ୍ୟାନେଲରେ କୋରୋନା ଔଷଧ କୋରୋନିଲ ତିଆରି କରିଥିବା ଦାବି କରିଛନ୍ତି। ଯାହା ଏକ ଦଣ୍ଡନୀୟ ଅପରାଧ ଅଟେ ।

ପ୍ରକାଶ ଥାଉକି, ଗତ ମଙ୍ଗଳବାର ମଧ୍ୟ ଜୟପୁରର ଗାନ୍ଧୀନଗର ପୋଲିସ ଷ୍ଟେସନରେ ରାମଦେବ ବାବାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା ।

ABOUT THE AUTHOR

...view details