ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ସାରା ଦେଶରେ ପ୍ରଦର୍ଶନ ଜାରି ରହିଛି। ଏହି ଆଇନ ବିରୁଦ୍ଧରେ ଏଆଇଏମଆଇଏମର ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବେସୀ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଓଓ୍ବେସୀ ଶନିବାର ସୁପ୍ରିମକୋର୍ଟରେ ଯାଚିକା ଦାଏର କରି ନାଗରିକତା ସଂଶୋଧନ ଆଇନକୁ ଚ୍ୟାଲେଞ୍ଜ କରିଛନ୍ତି।
ସିଏବି ବିରୁଦ୍ଧରେ ସୁପ୍ରିମକୋର୍ଟରେ ପହଞ୍ଚିଲେ ଓଓ୍ବେସୀ
ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ସୁପ୍ରିମକୋର୍ଟରେ ପହଞ୍ଚିଲେ ଏଆଇଏମଆଇଏମର ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବେସୀ। 18 ଡିସେମ୍ବରରେ ଶୁଣାଣି କରିବେ କୋର୍ଟ।
ସିଏବି ବିରୁଦ୍ଧରେ ସୁପ୍ରିମକୋର୍ଚ ପହଞ୍ଚିଲେ ଓଓ୍ବେସୀ
ପୂର୍ବରୁ କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ଶୁକ୍ରବାର ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ଏହି ଆଇନ ସମ୍ବିଧାନର ଅନୁଛେଦ 14 ଓ 21କୁ ସ୍ପଷ୍ଟ ଭାବେ ଉଲଙ୍ଘନ କରୁଥିବା ଜୟରାମ ଦାବି କରିଥିଲେ। ସେହିପରି ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ ନାଗରିକତା ଆଇନ ବିରୁଦ୍ଧରେ କୋର୍ଟରେ ଯାଚିକା ଦାଖଲ କରିଛି। ନାଗରିକତା ଆଇନ ବିରୁଦ୍ଧରେ ଦାଖଲ ହୋଇଥିବା ଯାଚିକା ଉପରେ ସୁପ୍ରିମକୋର୍ଟ 18 ଡିସେମ୍ବରରେ ଶୁଣାଣି କରିବେ।