ଓଡିଶା

odisha

ETV Bharat / bharat

ଦିଲ୍ଲୀ ଏମ୍ସର 22 ସ୍ବାସ୍ଥ୍ୟକର୍ମୀ କୋରୋନା ପଜିଟିଭ, 110ରୁ ଅଧିକ ଗାର୍ଡ କ୍ବାରେଣ୍ଟାଇନରେ - delhi aiims

ଏମ୍ସ ପୂର୍ବରୁ ଅନେକ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଏବଂ ସ୍ୱାସ୍ଥ୍ୟ ସେବା କର୍ମଚାରୀମାନେ କୋରୋନା ପଜିଟିଭ ଥିବା ଜଣାପଡିଛି। ଅଧିକ ପଢନ୍ତୁ...

22 Healthcare Staff Corona Positive
ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ

By

Published : May 3, 2020, 7:19 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ପ୍ରତିଷ୍ଠିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରୁ ବଡ ଖବର ଆସିଛି । ଡାକ୍ତରଖାନାରେ କାର୍ଯ୍ୟ କରୁଥିବା 22 ଜଣ ସ୍ୱାସ୍ଥ୍ୟ ସେବା କର୍ମଚାରୀ କୋରୋନା ପଜିଟିଭ ଥିବା ଜଣାପଡିଛି। ଏହା ପରେ, AIIMSରେ ନିୟୋଜିତ 100ରୁ ଅଧିକ ଗାର୍ଡଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ।

ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ

ଦିଲ୍ଲୀର ଡାକ୍ତରଖାନା ଗୁଡ଼ିକରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କ କୋରୋନା ପଜିଟିଭ ଆସିବା ଏହା ପ୍ରଥମ ମାମଲା ନୁହେଁ । ଏହାପୂର୍ବରୁ ସଫଦରଜଙ୍ଗ ହସ୍ପିଟାଲ, ବାବୁ ଜଗଜୀବନ ରାମ ହସ୍ପିଟାଲ, ଆମ୍ବେଦକର ହସ୍ପିଟାଲ, କର୍କଟ ପ୍ରତିଷ୍ଠାନ ଇତ୍ୟାଦିରେ କାର୍ଯ୍ୟରତ ଡାକ୍ତର ଏବଂ ସ୍ୱାସ୍ଥ୍ୟ ସେବା କର୍ମଚାରୀମାନେ କୋରୋନା ପଜିଟିଭ ବୋଲି ଜଣାପଡିଛି।

ଏହାପୂର୍ବରୁ ହିନ୍ଦୁ ରାଓ ହସ୍ପିଟାଲର ଜଣେ ଡାକ୍ତରଙ୍କ ବ୍ୟତୀତ କସ୍ତୁରବା ହସ୍ପିଟାଲର ପିଜି ଛାତ୍ର କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଅଧିକାରୀମାନେ ଶନିବାର ଏହି ସୂଚନା ଦେଇଛନ୍ତି । ଗତ ଏକ ସପ୍ତାହ ମଧ୍ୟରେ ଡାକ୍ତରଖାନାର ଦୁଇଜଣ ନର୍ସ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଛି। ଜଣେ ନର୍ସ ସଂକ୍ରମିତ ହେବା ପରେ ଡାକ୍ତରଙ୍କ ସମେତ ଅନ୍ୟ 78 ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଉତ୍ତର ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ଏହାକୁ ପରିଚାଳନା କରୁଛି ।

ABOUT THE AUTHOR

...view details