ନୂଆଦିଲ୍ଲୀ: ଏମ୍ସର ଅଫିସିଆଲ୍ ୱେବସାଇଟରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କୋରୋନାଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଅନେକ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଅନୁଷ୍ଠାନ ଦ୍ବାରା ଜୁନ 1ରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ଜୁନ୍ 11ରେ ପରୀକ୍ଷା ହେବ ।
ଜୁନ 11ରେ ଏମ୍ସ ପ୍ରବେଶିକା ପରୀକ୍ଷା - new delhi
ଜୁନ 11ରେ ଏମ୍ସ ପ୍ରବେଶିକା ପରୀକ୍ଷା । ପ୍ରବେଶିକା ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ୱେବସାଇଟରେ ଜୁନ୍ 3 ଅର୍ଥାତ ବୁଧବାର ଅପରାହ୍ନ 5ଟା ପର୍ଯ୍ୟନ୍ତ ଅପଲୋଡ୍ ହେବ । ଅଧିକ ପଢନ୍ତୁ...
ଜୁଲାଇ-ଅଗଷ୍ଟ ଅଧିବେଶନ 2020ରେ ବିଭିନ୍ନ କାର୍ଯ୍ୟକ୍ରମରେ ଆଡମିଶନ ପାଇଁ ପ୍ରବେଶିକା ପରୀକ୍ଷା ପୂର୍ବରୁ ଜୁନ୍ 5 ରେ ଅନୁଷ୍ଠିତ ହେବାର ଥିଲା, କିନ୍ତୁ କୋଭିଡ-19କୁ ଦୃଷ୍ଟିରେ ରଖି ତାରିଖ ଗୁଡିକ ଘୁଞ୍ଚାଇ ଦିଆଯାଇଥିଲା । ସରକାରୀ ବିଜ୍ଞପ୍ତି ଅନୁଯାୟୀ, ପ୍ରବେଶିକା ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ୱେବସାଇଟରେ ଜୁନ୍ 3 ଅର୍ଥାତ ବୁଧବାର ଅପରାହ୍ନ 5ଟା ପର୍ଯ୍ୟନ୍ତ ଅପଲୋଡ୍ ହେବା ପରେ ପ୍ରାର୍ଥୀମାନେ ଡାଉନଲୋଡ୍ କରିପାରିବେ । ପରୀକ୍ଷା ପାଇଁ ଉପସ୍ଥିତ ହେବାକୁ ଥିବା ପ୍ରାର୍ଥୀମାନଙ୍କୁ ପ୍ରବେଶିକା ପରୀକ୍ଷା ସମ୍ବନ୍ଧୀୟ କୌଣସି ନୂତନ ସୂଚନା ପାଇଁ ଏମ୍ସର ଅଫିସିଆଲ୍ ୱେବସାଇଟରେ ନିୟମିତ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।