ନୂଆଦିଲ୍ଲୀ: ସାରା ବିଶ୍ବରେ 169ଟି ଦେଶକୁ କରୋନା ମହାମାରୀ ବ୍ୟାପିବାରେ ଲାଗିଛି । ସାରା ବିଶ୍ବରେ କରୋନା ଯୋଗୁଁ 7ହଜାରରୁ ଊର୍ଦ୍ଧ୍ବ ପ୍ରାଣ ହରାଇଥିବା ବେଳେ ଓ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2ଲକ୍ଷରୁ ଊର୍ଦ୍ଧ୍ବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଚୀନ ପରେ ଇଟାଲୀ, ଇରାନ ଓ ସ୍ପେନ୍ରେ କରୋନାକୁ ନେଇ ସ୍ଥିତି ଅସମ୍ଭାଳ ହୋଇଛି । ଏହି ସମୟରେ ଭାରତରେ ମଧ୍ୟ ବ୍ୟାପିବାରେ ଲାଗିଛି ଏହି ଭୂତାଣୁ ।
ଏନେଇ ଦିଲ୍ଲୀ ଏମ୍ସ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀ ଓ ଡାକ୍ତର ହାତ ତିଆରି ସାନିଟାଇଜର ଏବଂ ପ୍ଲାଷ୍ଟିକ ମାସ୍କ ବ୍ୟବହାର କରୁଛନ୍ତି। ନିଜ ଲାବରୋଟୋରୀରେ ଏହାକୁ ତିଆରି କରିଛନ୍ତି ଡାକ୍ତର । ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୟୁପମେଣ୍ଟ ଯୋଗାଉଥିବା ମାସ୍କ ଏବଂ ସାନିଟାଇଜର କମ୍ ପଡିବାରୁ ହସ୍ପିଟାଲରେ ଡାକ୍ତର ମାସ୍କ ଏବଂ ସାନିଟାଇଜର ତିଆରି ଆରମ୍ଭ କରିଥିଲେ ।