ଓଡିଶା

odisha

ଦଙ୍ଗଲ ଗର୍ଲ ସୋନାଲି , ଅଲମ୍ପିକରେ ତ୍ରିରଙ୍ଗା ଉଡାଇବାକୁ ରହିଛି ସ୍ବପ୍ନ

ମହାରାଷ୍ଟ୍ର ଅହମଦନଗରର ଝିଅ ସୋନାଲି ମାଣ୍ଡଲିକ, ଆର୍ଥିକ ସମସ୍ୟା ପରେ ବି ନିଜ ସୁଦୃଢ ଇଚ୍ଛାଶକ୍ତି ବଳରେ ଅଲମ୍ପିକରେ ତ୍ରିରଙ୍ଗା ଉଡାଇବାକୁ କରିଦେଇଛନ୍ତି ଦିନ ରାତି ଏକ । ଜାଣନ୍ତୁ, ଏହି ଦଙ୍ଗଲ ଗର୍ଲଙ୍କ ସଂଘର୍ଷର କାହାଣୀ ....

By

Published : Nov 6, 2020, 9:36 PM IST

Published : Nov 6, 2020, 9:36 PM IST

ଦଙ୍ଗଲ ଗର୍ଲ ସୋନାଲି ,  ଅଲମ୍ପିକରେ ତ୍ରିରଙ୍ଗା ଉଡାଇବାକୁ ରହିଛି ସ୍ବପ୍ନ
ଦଙ୍ଗଲ ଗର୍ଲ ସୋନାଲି , ଅଲମ୍ପିକରେ ତ୍ରିରଙ୍ଗା ଉଡାଇବାକୁ ରହିଛି ସ୍ବପ୍ନ

ମୁମ୍ବାଇ: କୁସ୍ତିଯୋଦ୍ଧା ଗୀତା ଫୋଗଟ ଓ ଜିମ୍ନାଷ୍ଟ ଦୀପା କରମାକର ଭଳି ବହୁ ପ୍ରତିଭାଶାଳୀ ଝିଅ ଆକାଶକୁ ସ୍ପର୍ଶ କଲା ଭଳି ନିଜ ଦୃଢ ସଂକଳ୍ପ ଦେଖାଇଛନ୍ତି । ସେହିଭଳି ମହାରାଷ୍ଟ୍ର ଅହମଦନଗରର ଝିଅ ସୋନାଲି ମାଣ୍ଡଲିକ, ଆର୍ଥିକ ସମସ୍ୟା ପରେ ବି ନିଜ ସୁଦୃଢ ଇଚ୍ଛାଶକ୍ତି ବଳରେ ଅଲମ୍ପିକରେ ତ୍ରିରଙ୍ଗା ଉଡାଇବାକୁ କରିଦେଇଛନ୍ତି ଦିନ ରାତି ଏକ ।

ଦଙ୍ଗଲ ଗର୍ଲ ସୋନାଲି , ଅଲମ୍ପିକରେ ତ୍ରିରଙ୍ଗା ଉଡାଇବାକୁ ରହିଛି ସ୍ବପ୍ନ

ସୋନାଲି ମାଣ୍ଡଲିକ କିଏ ଭାବୁଥିବେ ? ସୋନାଲି ଜଣେ ରେସଲର ବା କୁସ୍ତିଯୋଦ୍ଧା । ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାର ନାଗର ତାଲୁକା ସ୍ଥିତ କାପେରୱାଡିରେ ରହୁଥିବା ସୋନାଲୀ ‘ ଖେଲୋ ଇଣ୍ଡିଆ’ ପ୍ରତିଯୋଗିତାରେ ଜିତିଛନ୍ତି ସ୍ବର୍ଣ୍ଣ ପଦକ । ଯଦିଓ ତାଙ୍କ ଘର ଟିଣରେ ତିଆରି , ହେଲେ ଏହା ଭିତରେ ରହିଥିବା ଆଲମାରୀ ପୁରସ୍କାରରେ ଭର୍ତ୍ତି । ବ୍ୟକ୍ତିଗତ ଜୀବନରେ ଗରିବୀକୁ ମାତ ଦେବା ସହ ଅନ୍ତରାଷ୍ଟ୍ରୀୟ ଖେଳରେ ସେ ଦେଶକୁ କରିବାକୁ ଚାହାନ୍ତି ଗୌରବନ୍ବିତ ।

ଦଙ୍ଗଲ ଗର୍ଲ ସୋନାଲି , ଅଲମ୍ପିକରେ ତ୍ରିରଙ୍ଗା ଉଡାଇବାକୁ ରହିଛି ସ୍ବପ୍ନ

କୋରୋନା ମହାମାରୀ, ଲକଡାଉନ କାରଣରୁ ସୋନାଲୀଙ୍କ ଅଭ୍ୟାସରେ ବାଧା ସୃଷ୍ଟି ହୋଇଛି । ହେଲେ ପ୍ରତିକୂଳ ପରିସ୍ଥିତି ସାମ୍ନାରେ ମୁଣ୍ଡ ନ ନୁଆଇଁ ସେ ସଂଘର୍ଷ ଜାରି କରିବାକୁ କରିଛନ୍ତି ପଣ । ଆଉ ଏହି ସଂଘର୍ଷ ଯାତ୍ରାରେ ଦଙ୍ଗଲ ଚଳଚ୍ଚିତ୍ରର ଆମିର ଖାନଙ୍କ ଭଳି ସୋନାଲି ମଧ୍ୟ ପାଉଛନ୍ତି ନିଜ ପିତାଙ୍କ ଭରପୁର ସମର୍ଥନ । ଆମୀରଙ୍କ ପରି ସୋନାଲିଙ୍କ ପିତା ନିଜ କ୍ଷେତରେ କୁସ୍ତିର ଆଖଡା କରିଲେ । ଆଉ ଏଠାରେ ସୋନାଲି ନିଜର ଅଭ୍ୟାସ ଜାରି ରଖିଲେ ।

କ’ଣ ହେଲା ସେଥିରୁ କିଛି ଫରକ ପଡ଼େ ନାହିଁ । ବରଂ ସୋନାଲି ନିଜ ଲକ୍ଷ୍ୟକୁ ଫୋକସରେ ରଖି ଅଭ୍ୟାସ କରୁଛନ୍ତି , ଆଉ କିରଣ ମୋରେଙ୍କ ମାର୍ଗଦର୍ଶନରେ ଶିଖୁଛନ୍ତି କୁସ୍ତିର ଭିନ୍ନ ଭିନ୍ନ କୌଶଳ ।

ସୋନାଲି ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ କରୁଛନ୍ତି କଠିନ ପରିଶ୍ରମ । ଆଉ ତାଙ୍କ ବାପା ବି ଝିଅର ସହାୟତା ପାଇଁ ଦୃଢତାର ସହ ହୋଇଛନ୍ତି ଠିଆ । କିନ୍ତୁ ଆର୍ଥିକ ସହଯୋଗ ନଥିବାରୁ ଉପୁଜିଛି ବଡ ସମସ୍ୟା । ଯାହା କି ସୋନାଲୀ ସ୍ବପ୍ନରେ ବାଧକ ସାଜିଛି ।

ଆଜି ସୋନାଲୀଙ୍କ ପାଖରେ ରହିଛି କେବଳ କଠିନ ପରିଶ୍ରମ । ଦରକାର ତ କେବଳ ଆର୍ଥିକ ସହଯୋଗ । ସେ ନିଜ ସଫଳତାର ପତାକାକୁ ବିଦେଶରେ ଉଡାଇବାକୁ ଉତକଣ୍ଠିତ, ଉତ୍ସାହିତ । କହିବାକୁ ଗଲେ ସ୍ବପ୍ନକୁ ପୂରଣ କରି ଦେଶକୁ ଗୌରାବନ୍ବିତ କରିବାକୁ ସେ ଜୋଶର ସହ ଏକ କରିଦେଇଛନ୍ତି ଦିନରାତି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details