ଓଡିଶା

odisha

ETV Bharat / bharat

ପାନ ମସଲା ଖାଉଥିଲେ ଦେବାକୁ ପଡିବ ଜୋରିମାନା - ସିସିଟିଭି

ରାସ୍ତାରେ ପାନ ଛେପ ପକାଇ ହଟ୍ଟହଟା ହେଲେ ଗୁଜୁରାଟ ବାସିନ୍ଦା । ସିସିଟିଭିରେ କଏଦ ହେଲା ଛେପ ପକାଇବାର ଦୃଶ୍ୟ। ଯେଉଁଥିପାଇଁ ଜୋରିମାନା ବାବଦକୁ 100 ଟଙ୍କା ଭରିଲେ ଅହମଦାବାଦର ମହେସ ସରଦାର ପଟେଲ ।

ପ୍ରତିକାତ୍ମକ ଫଟୋ

By

Published : Apr 30, 2019, 5:23 PM IST

ଅହମଦାବାଦ: ପାନ ମସଲା ଖାଇ ତଣ୍ଡ ଗଣିଲେ ଗୁଜୁରାଟ ବାସିନ୍ଦା । ଅହମଦାବାଦରେ ପାନ ମସଲା ଖାଇ ରାସ୍ତାରେ ଛେପ ପକାଇ ହଟହଟା ହୋଇଛନ୍ତି ଜଣେ ଯୁବକ । ଏନେଇ ଜୋରିମାନା ବାବଦକୁ ତାଙ୍କୁ ଦେବାକୁ ପଡିଛି 100 ଟଙ୍କା । ଆଉ ଏହି ଚାଲାଣ କାଟିଛି ଅହମଦାବାଦ ନଗର ନିଗମ । ଯୁବକ ଜଣକ ହେଲେ ପୂର୍ବ ଉପନଗର ନରୌଦ ଅଞ୍ଚଳରେ ରହୁଥିବା ମହେସ ସରଦାର ପଟେଲ । ମୂର୍ତ୍ତି ରୋଡରେ ମହେସ ବାଇକ ଚଳାଇବା ସମୟରେ ରାସ୍ତା ଉପରେ ଛେପ ପକାଇଥିଲେ । ଏହି ଦୃଶ୍ୟ ସେଠାରେ ଥିବା ସିସିଟିଭିରେ କଏଦ ହୋଇଥିଲା । ତେବେ ଜନ ସ୍ବାସ୍ଥ୍ୟ ଆଇନର ଉଲ୍ଲଙ୍ଘନ କରିଥିବାରୁ ତାଙ୍କୁ ଇ-ଚାଲାଣ ପଠାଯାଇଥିଲା ଯେଉଁଥିପାଇଁ ସେ ଜୋରିମାନା ଭରିଥିଲେ ।

ନିଗମ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ ଲେଖା ହୋଇଛି ଏହା ଦେଶର ପ୍ରଥମ ଘଟଣା । ଆଗକୁ ମଧ୍ୟ ଏହା ଜାରି ରହିବ । ତେବେ ଅହମଦାବାଦକୁ ଜାତୀୟ ସ୍ବଚ୍ଛତା ସର୍ବେକ୍ଷଣରେ ସହରର ସ୍ବଚ୍ଛତା ପାଇଁ ସର୍ବଶ୍ରେଷ୍ଠ ସହର ଭାବେ ମନୋନୀତ ହୋଇଥିଲା ।

ABOUT THE AUTHOR

...view details