ମୁମ୍ବାଇ: ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦ୍ବାରା ଡକାଯାଇଥିବା ବୈଠକ ପୂର୍ବରୁ ଶିରିଡି ସହରରେ ଗତକାଲି ରାତିରୁ ବନ୍ଦ ଡାକରା ଦିଆଯାଇଛି। ସହରବାସୀଙ୍କ ଦ୍ବାରା ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶିରିଡି ସାଇଙ୍କ ଜନ୍ମସ୍ଥଳକୁ ନେଇ ଦେଇଥିବା ବୟାନକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ରାଜ୍ୟ ବିଜେପି ସମର୍ଥନ କରିଛି।
ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପୂର୍ବରୁ ଶିରିଡି ସହରରେ ପୁଣି ବନ୍ଦ ଡାକରା
ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦ୍ବାରା ଡକାଯାଇଥିବା ବୈଠକ ପୂର୍ବରୁ ଶିରିଡି ସହରରେ ଗତକାଲି ରାତିରୁ ପୁଣି ବନ୍ଦ ଡାକରା ଦିଆଯାଇଛି। ଶିରିଡି ମନ୍ଦିରରେ ସମୟ ଅନୁସାରେ ଆଳତୀ ସହ ପୂଜା କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।
ଗତକାଲି ସନ୍ଧ୍ୟାରେ ଶିରିଡି ନିକଟବର୍ତ୍ତୀ 24ରୁ ଅଧିକ ଗ୍ରାମର ଲୋକେ ଏକତ୍ରୀତ ହୋଇ ମୁଖ୍ୟମନ୍ତ୍ରୀଙ୍କ ସହ ହେବାକୁ ଥିବା ଆଲୋଚନାକୁ ବର୍ଜନ କରିଛନ୍ତି । ଏହା ସହ ବନ୍ଦକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ। ଶିରିଡି ମନ୍ଦିରର ନୀତିକାନ୍ତି ପୂର୍ବଭଳି ଜାରି ରହିବ। ସମୟ ଅନୁସାରେ ଆଳତୀ ସହ ପୂଜା କରାଯିବ ବୋଲି ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଏହା ସହ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦାଳୟରେ ଖାଦ୍ୟ ସହ ପ୍ରସାଦ ପରିବେଷଣ କରାଯିବ। ଶିରିଡି ସାଇଙ୍କ ଜନ୍ମ ସ୍ଥଳକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିବାଦୀୟ ବୟାନ ପରେ ଗତ ଶନିବାରରୁ ଏହି ବନ୍ଦ ପାଳନ କରାଯାଉଛି । ଏଥିପାଇଁ ସହରର ସମସ୍ତ ଦୋକାନ ବଜାର, ହୋଟେଲ ଆଦି ବନ୍ଦ ରହିଛି।
ଗତ ସପ୍ତାହରେ ପଥରୀ ଗସ୍ତରେ ଯାଇଥିବାବେଳେ ସେହି ସ୍ଥାନକୁ ସାଇବାବାଙ୍କ ଜନ୍ମସ୍ଥଳୀ ଭାବେ ଘୋଷଣା କରିବା ସହ ମନ୍ଦିରର ବିକାଶ ପାଇଁ 100 କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ ମହାରାଷ୍ଟ୍ର ମୁଖ୍ଯମନ୍ତ୍ରୀ ଉଦ୍ଧବ ଠାକରେ। ଏହାପରେ ଶିରିଡି ସହରରେ ଏହାକୁ ବିରୋଧ କରାଯାଇଥିଲା।