ଓଡିଶା

odisha

ETV Bharat / bharat

କୃଷି ଅଧ୍ୟାଦେଶ ବିବାଦ: ସତ୍ୟର ସାଥ ଦେବାକୁ ତୋମରଙ୍କ ପରାମର୍ଶ

ଶନିବାର କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ଏହି ଅଧ୍ୟାଦେଶ ଚାଷୀଙ୍କ ହୀତରେ ଏବଂ ଏହା ଦ୍ବାରା ସେମାନଙ୍କର ଆୟ ଦ୍ବିଗୁଣିତ ହେବ । ଅଧିକ ପଢନ୍ତୁ...

By

Published : Sep 18, 2020, 10:45 PM IST

କୃଷି ଅଧ୍ୟାଦେଶ ବିବାଦ: ସତ୍ୟର ସାଥ ଦେବାକୁ ତୋମରଙ୍କ ପରାମର୍ଶ
କୃଷି ଅଧ୍ୟାଦେଶ ବିବାଦ: ସତ୍ୟର ସାଥ ଦେବାକୁ ତୋମରଙ୍କ ପରାମର୍ଶ

ନୂଆଦିଲ୍ଲୀ:କୃଷି ସମ୍ପର୍କିତ ବିଲକୁ ନେଇ ଜାରି ରହିଛି ବିବାଦ । କଂଗ୍ରେସ ସମେତ ଅନେକ ଦଳ ଏହି ବିଲ୍‌କୁ ବିରୋଧ କରୁଛନ୍ତି । ଏପରି କି ବିଜେପିର ସହଯୋଗୀ ଶିରୋମଣି ଅକାଳୀ ଦଳ ମଧ୍ୟ କୃଷି ଅଧ୍ୟାଦେଶକୁ ନେଇ ସମ୍ପର୍କରେ ପାଚେରୀ ଛିଡା କରିଦେଇଛି । ଏପପରିସ୍ଥିତିରେ ବିଲର ସକାରାତ୍ମକ ଦିଗ ଉପରେ ଚାଷୀଙ୍କୁ ବାରମ୍ବାର ଅବଗତ କରାଇ ଆସୁଛନ୍ତି ସରକାର । ଶନିବାର କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ଏହି ଅଧ୍ୟାଦେଶ ଚାଷୀଙ୍କ ହିତରେ ଏବଂ ଏହା ଦ୍ବାରା ସେମାନଙ୍କର ଆୟ ଦ୍ବିଗୁଣିତ ହେବ ।

କୃଷି ଅଧ୍ୟାଦେଶ ବିବାଦ: ସତ୍ୟର ସାଥ ଦେବାକୁ ତୋମରଙ୍କ ପରାମର୍ଶ

ନରେନ୍ଦ୍ର ସିଂହ ତୋମାର ଟ୍ବିଟ କରି କହିଛନ୍ତି, କିଛି ରାଜନୈତିକ ଦଳ ମିଥ୍ୟା ପ୍ରଚାର କରି ଦେଶର ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । କୃଷି ବିଲ 2020 କୃଷକଙ୍କୁ ପାଇଁ ଅନୁକୂଳ ହେବ ଏବଂ ସେମାନଙ୍କ ଆୟ ବୃଦ୍ଧି କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ମିଥ୍ୟାକୁ ଚିହ୍ନି, ସତ୍ୟର ସାଥ ଦେବାକୁ କହିଛନ୍ତି କୃଷିମନ୍ତ୍ରୀ ।

ABOUT THE AUTHOR

...view details