ନୂଆଦିଲ୍ଲୀ: ଜାମିଆ ବିଶ୍ବବିଦ୍ୟାଳୟରେ ପୁଣି ଫୁଟିଲା ଗୁଳି । ଗତ 4 ଦିନ ମଧ୍ୟରେ ଦ୍ବିତୀୟ ଥର ପାଇଁ ଜାମିଆରେ ଏଭଳି ଗୁଳିକାଣ୍ଡ ହୋଇଛି । ଜାମିଆ ବିଶ୍ବବିଦ୍ୟାଳୟର ଗେଟ ନମ୍ବର 5ରେ ରବିବାର ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ଦୁଇ ଚକିଆ ଯାନରେ ଦୁର୍ବୃତ୍ତମାନେ ଆସି ଗେଟ ନମ୍ବର 5ରେ ଗୁଳିମାଡ କରିଛନ୍ତି । ତେବେ ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।
ତେବେ ଯେଉଁ ଦୁଇଚକିଆ ଯାନରେ ଦୁର୍ବୃତ୍ତମାନେ ଆସି ଫାୟାରିଂ କରିଛନ୍ତି, ସେହି ଗାଡିର ନମ୍ବର ହେଉଛି DL 2S1534 । ଅନ୍ୟପଟେ ଗାଡିରେ ଥିବା ଦୁର୍ବୃତ୍ତ ନାଲି ଜ୍ୟାକେଟ ପିନ୍ଧିଥିବା ମଧ୍ୟ କୁହାଯାଉଛି ।