ରାଞ୍ଚି: ଜଳ ସଂରକ୍ଷଣ ଓ ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଭୁରି ଭୁରି ପ୍ରଶଂସା ପାଇ ଥିବା ଝାଡଖଣ୍ଡ ଓରମାଞ୍ଝି ବ୍ଲକର ଦୁଇ ଗାଁ ଆରା ଓ କେରମ ଏବେ ନିଜ ଗାଁକୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ଝାଡଖଣ୍ଡର ରାଜଧାନୀ ରାଞ୍ଚି ଠାରୁ 25 କିଲୋମିଟର ଦୂରରେ ଥିବା ଏରା ଓ କେରମ ଗ୍ରାମ ପଞ୍ଚାୟତ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାଗ ବ୍ୟବହାରରୁ ଲୋକଙ୍କୁ ନିବୃତ କରିବା ପାଇଁ ଆରମ୍ଭ କରିଛି ଏକ ବଡ ଅଭିଯାନ ।
ଏଠାକାର ପଞ୍ଚାୟତ ସଦସ୍ୟ ମାନେ ଏନେଇ ସଚେତନତା କ୍ୟାମ୍ପେନ ସବୁ ଆୟୋଜିତ କରିଛନ୍ତି । ଯେଉଁମାନେ ନିୟମ ଉଲ୍ଲଘଂନ କରୁଛନ୍ତି ତାଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଉଛି । ଏନେଇ ଗାଁର ମୁଖିଆ ଗୋପାଲ ବେଡିଆ କହିଛନ୍ତି ଯେ, ‘‘ଆମେ କାହାଠାରୁ ପ୍ରେରଣା ପାଇ ଏହା କରି ନାହୁଁ । ପ୍ରତି ଗୁରୁବାର, ଗ୍ରାମପଞ୍ଚାୟତ ଏକ ବୈଠକ କରି କିପରି ଗ୍ରାମରେ ଆହୁରି ଉନ୍ନତି କରାଯାଇ ପାରିବ ସେନେଇ ଆଲୋଚନା କରୁ । ଏମିତି ଏକ ବୈଠକରେ ହିଁ ପ୍ଲାଷ୍ଟିକ ଆବର୍ଜନା ନିଷେଧ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଆମ ପରିବେଶ ଓ ଜୀବଜନ୍ତୁଙ୍କ ପାଇଁ ଏହା ବହୁତ କ୍ଷତିକାରକ ।’’