ଓଡିଶା

odisha

ETV Bharat / bharat

ପାଣି ପରେ କର୍ଣ୍ଣାଟକରେ ଆରମ୍ଭ ହେବ 24 ଘଣ୍ଟିଆ ଚାଉଳ ଏଟିଏମ - ରାସନକାର୍ଡଧାରୀଙ୍କ ପାଇଁ ଚାଉଳ ଏଟିଏମ

କର୍ଣ୍ଣାଟକ ପୂର୍ବରୁ ପିଡିଏସ ଏବଂ ବିପିଏଲ କାର୍ଡଧାରୀଙ୍କ ପାଇଁ ପାଣି ଏଟିଏମ ଚଳାଉଛି । ଏବେ ଚାଉଳ ଏଟିଏମ ନେଇ ଯୋଜନା କରୁଛି । ଅଧିକ ପଢନ୍ତୁ.

ପାଣି ପରେ କର୍ଣ୍ଣାଟକରେ ଆରମ୍ଭ ହେବ 24 ଘଣ୍ଟିଆ ଚାଉଳ ଏଟିଏମ
ପାଣି ପରେ କର୍ଣ୍ଣାଟକରେ ଆରମ୍ଭ ହେବ 24 ଘଣ୍ଟିଆ ଚାଉଳ ଏଟିଏମ

By

Published : Aug 31, 2020, 5:41 PM IST

ବେଙ୍ଗାଲୁରୁ: ଭିଏତନାମା ଓ ଇଣ୍ଡୋନେସିଆର ନୂଆ କୌଶଳ ଓ ଉପାୟକୁ ଆପଣାଇବାକୁ ଯାଉଛି କର୍ଣ୍ଣାଟକ । ଏଟିଏମରୁ ଟଙ୍କା ବାହାର କରିବା ଭଳି ଏବେ କୋରୋନା ସଙ୍କଟ ମଧ୍ୟରେ ଲୋକଙ୍କୁ ସହଯୋଗ କରିବା ପାଇଁ ଏଟିଏମ ମେସିନରୁ ଚାଉଳ ବାହାରିବା ଭଳି ଯୋଜନା କରିଛନ୍ତି ସରକାର ।

ସାଧାରଣ ବଣ୍ଟନ ଯୋଜନା (PDS) ଏବଂ ଦାରିଦ୍ର୍ୟ ସୀମା ରେଖା (ବିପିଏଲ) କାର୍ଡଧାରୀଙ୍କ ପାଇଁ କର୍ଣ୍ଣାଟକ ସରକାର ଏଭଳି ନିଆରା ପଦକ୍ଷେପ ଗ୍ରହଣ କରିବେ । ମେସିନରେ କଏନ ଭର୍ତ୍ତି କରିବା ପରେ ସେଥିରୁ ଚାଉଳ ବାହାରିବ । ଫଳରେ ହିତାଧିକାରୀ ପିଡିଏସ ଚାଉଳ ପାଇଁ ଆଉ ଡିଲରଙ୍କ ପାଖକୁ ଯିବେ ନାହିଁ କି ଧାଡିରେ ଠିଆ ହୋଇ ସମୟ ଅପଚୟ କରିବେ ନାହିଁ । ଚାଉଳ ଏଟିଏମରୁ ସେମାନେ ଯେକୌଣସି ସମୟରେ ଆସି ଚାଉଳ ନେଇପାରିବେ ।

ଏ ନେଇ ରାଜ୍ୟର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କେ ଗୋପଳୟା କହିଛନ୍ତି କି, ଗରିବ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ଚାଉଳ ଏଟିଏମ ସ୍ଥାପନା ପାଇଁ ପ୍ରସ୍ତାବ ରହିଛି । ଏହି ଏଟିଏମର କ୍ଷମତା 100 କିଲୋ, 200 କିଲୋ ଏବଂ 500 କିଲୋ ରହିବ । କଏନ ଭର୍ତ୍ତି ପରେ ଚାଉଳ ବାହାରିବ । ଏହାର ପରୀକ୍ଷା ପାଇଁ କିଛି ସ୍ଥାନରେ ଏହି ମେସିନକୁ ଲଗାଯିବ । ଯଦି ଫଳାଫଳ ଭଲ ରୁହେ, ତେବେ ପୁରା ରାଜ୍ୟରେ ଏହାକୁ ଲଗାଯିବ ।

କର୍ଣ୍ଣାଟକ ପୂର୍ବରୁ ପିଡିଏସ ଏବଂ ବିପିଏଲ କାର୍ଡଧାରୀଙ୍କ ପାଇଁ ପାଣି ଏଟିଏମ ଚଳାଉଛି । ଏଭଳି ପ୍ରାୟ 800ଟି ବିତରଣ କେନ୍ଦ୍ର ସାରା ରାଜ୍ୟରେ ରହିଛି । ଚାଉଳ ଏଟିଏମ ଗୁଡ଼ିକ ପାଇଁ ମଧ୍ୟ ସମାନ ବ୍ୟବସ୍ଥା ପାଳନ କରାଯିବ ।

ପ୍ରକାଶ ଯେ, ଭିଏତନାମ ଓ ଇଣ୍ଡୋନେସିଆରେ ଏହି ସୁବିଧା ଆରମ୍ଭ ହୋଇଛି । କୋରୋନା ସଙ୍କଟର ସମ୍ମୁଖୀନ କରୁଥିବା ଲୋକଙ୍କ ସହାୟତା ପାଇଁ ଜାକାର୍ତ୍ତାରେ ମେ ମାସକୁ ଏଭଳି ଅଭିନବ ବ୍ୟବସ୍ଥା କରାଯାଇଛି ।

ABOUT THE AUTHOR

...view details