ଓଡିଶା

odisha

ETV Bharat / bharat

ସାଇକେଲରେ ଲଣ୍ଡନ ମହିଳାଙ୍କ ସୋନଭଦ୍ର ଯାତ୍ରା; ବାଣ୍ଟୁଛନ୍ତି ପ୍ରେମର ବାର୍ତ୍ତା - ସୋନଭଦ୍ର ପହଞ୍ଚିଲେ ହୈନା କନ

ନିଜ ହନ୍ନା ହାପିନେସ ଚାରିଟି ପାଇଁ ଟଙ୍କା ଜମା କରିବା ସହ ସାରା ବିଶ୍ବକୁ ପ୍ରେମର ଓ ସ୍ନେହର ବାର୍ତ୍ତା ଦେବାପାଇଁ 24ଟି ଦେଶ ବୁଲିବାକୁ ବାହାରିଛନ୍ତି ଲଣ୍ଡନ ନିବାସୀ ମହିଳା ହୈନା କନ । ଅଧିକ ପଢନ୍ତୁ...

Sonbhadra reached Haina Kan
9 ହଜାର କିମିର ଯାତ୍ରା କରି ସୋନଭଦ୍ର ପହଞ୍ଚିଲେ ହୈନା କନ

By

Published : Mar 8, 2020, 4:25 PM IST

ଲକ୍ଷ୍ନୌ: ଲଣ୍ଡନ ନିବାସୀ 25 ବର୍ଷୀୟ ହୈନା କନ 9 ହଜାର କିମି ସାଇକେଲ ଯାତ୍ରା କରି ଶନିବାର ସଂଧ୍ୟାରେ ୟୁପିର ସୋନଭଦ୍ରରେ ପହଞ୍ଚିଛନ୍ତି । ସେ ଭିଏତନାମା, ଥାଇଲାଣ୍ଡ, ବର୍ମା, ବାଙ୍ଗଲାଦେଶ ହେଇ ଝାଡଖଣ୍ଡ ରାସ୍ତା ଦେଇ ସୋନଭଦ୍ରରେ ପହଞ୍ଚିଛନ୍ତି । ହୈନା ବିଶ୍ବକୁ ମଣିଷ ପଣିଆର ବାର୍ତ୍ତା ଦେବା ପାଇଁ ବର୍ଷେ ପୂର୍ବେ ଏହି ଯାତ୍ରା ଆରମ୍ଭ କରିଥିଲେ ।

ହୈନା ପ୍ରତିଦିନ 100 କିମି ରାସ୍ତା ସାଇକେଲରେ ପାର କରୁଛନ୍ତି । ତେବେ ସୋନଭଦ୍ରରୁ ବାରଣାସୀ ତା'ପରେ ଉତ୍ତରାଖଣ୍ଡ ଜିବାର ପ୍ଲାନ ରଖିଥିବା କହିଛନ୍ତି । ସେ ସାରା ଦୁନିଆକୁ ପ୍ରେମର ବାର୍ତ୍ତା ଦେବାକୁ ଏହି ଯାତ୍ରା କରୁଥିବା କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ 6ଟି ଦେଶର ଯାତ୍ରା 9 ହଜାର କିମି ରୁ ଅଧିକ ରାସ୍ତା ସାଇକେଲ ଚଲାଇ ପାରକରିଛନ୍ତି ।

ତାଙ୍କ ଉଦ୍ଦ୍ୟେଶ ହେଉଛି ନିଜ ହନ୍ନା ହାପିନେସ ଚାରିଟି ପାଇଁ ଟଙ୍କା ଜମା କରିବା । ସେଥିପାଇଁ ସେ ପ୍ରାୟ 24ଟି ଦେଶ ଭ୍ରମଣ କରି ଲଣ୍ଡନ ଫେରିବା ନେଇ ପ୍ଲାନ କରିଥିବା କହିଛନ୍ତି ।

ABOUT THE AUTHOR

...view details