ଓଡିଶା

odisha

ETV Bharat / bharat

ପଢନ୍ତୁ, ଦାୟିତ୍ବ ନେବା ପରେ କ’ଣ ରହିଛି ରାଜନାଥଙ୍କ ଆଗରେ ଚ୍ୟାଲେଞ୍ଜ

ଦେଶର ରକ୍ଷା ମନ୍ତ୍ରୀ ଭାବରେ ରାଜନାଥ ସିଂହଙ୍କ ଆଗରେ ଅନେକ ଚ୍ୟାଲେଞ୍ଚ ରହିଛି । ତେବେ କେଉଁ ସବୁ କ୍ଷେତ୍ରରେ ରାଜନାଥ ସିଂହଙ୍କୁ ଦେବାକୁ ପଡିବ ଧ୍ୟାନ ? କ'ଣ ରହିବ ତାଙ୍କ ପଦକ୍ଷେପ ? ଜାଣିବା ପାଇଁ ଅଧିକ ପଢନ୍ତୁ...

By

Published : Jun 1, 2019, 1:26 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ମୋଦିଙ୍କ ଦ୍ବିତୀୟ ଇନିଂସରେ ରାଜନାଥ ସିଂହଙ୍କୁ ମିଳିଛି ପ୍ରତିରକ୍ଷା ବିଭାଗ । ରାଜନାଥଙ୍କ ଭଳି ଅନୁଭବୀ ଓ ଟାଣୁଆ ନେତା ଶନିବାର ରକ୍ଷା ମନ୍ତ୍ରାଳୟର ଦାୟିତ୍ବ ଭାର ଗ୍ରହଣ କରିଛନ୍ତି । ତେବେ କେଉଁ ସବୁ କ୍ଷେତ୍ର ପ୍ରତି ରାଜନାଥ ସିଂହଙ୍କୁ ଦେବାକୁ ପଡିବ ଧ୍ୟାନ ? କ'ଣ ରହିବ ତାଙ୍କ ପଦକ୍ଷେପ ? ଜାଣିବା ପାଇଁ ଅଧିକ ପଢନ୍ତୁ...

- ଦେଶର ରକ୍ଷା ମନ୍ତ୍ରୀ ଭାବରେ ରାଜନାଥ ସିଂହଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି । ଚୀନ ଓ ପାକିସ୍ତାନକୁ ସାମ୍ନା କରିବା ସହ ଭାରତର ଦୁର୍ବଳ ଡିଫେନ୍ସ-ଇଣ୍ଡଷ୍ଟ୍ରିଆଲ ବେସକୁ ମଜବୁତ କରିବାର ଚ୍ୟାଲେଞ୍ଜ ମଧ୍ୟ ରହିଛି ।

- ରକ୍ଷାକ୍ଷେତ୍ରରେ ମ୍ୟାନଜମେଣ୍ଟ ସ୍ତରରେ ଆଣିବେ ପରିବର୍ତ୍ତନ

ମୋଦି ସରକାରଙ୍କ ନେତୃତ୍ବରେ ଏନଡିଏ ସରକାର ପ୍ରତିରକ୍ଷା କ୍ଷେତ୍ରରେ ଦେଶର ସୁରକ୍ଷା ପାଇଁ ଅନେକ ଜରୁରୀ ପଦକ୍ଷେପ ନେଇଛି । ଯଦି ଏପରି କିଛି ପଦକ୍ଷେପ ଆଗକୁ ଦେଖିବାର ଅଛି ହେଲେ ପୁରା ଦେଶର ଡିଫେନ୍ସ ମ୍ୟାନଜମେଣ୍ଟରେ ଅନେକ ପରିବର୍ତ୍ତନ ହେବାର ଆବଶ୍ୟକ ରହିଛି । ବିଗତ 5 ବର୍ଷରେ ପ୍ରତିରକ୍ଷା ଦାୟିତ୍ବ ଅରୁଣ ଜେଟଲୀ, ମନୋହର ପାରିକର ଓ ପରେ ନିର୍ମଳା ସୀତାରମଣଙ୍କ ହାତରେ ଥିବା ବେଳେ ଏହି କ୍ଷେତ୍ରରେ ସେମିତି କିଛି ପ୍ରଭାବଶାଳୀ ପରିବର୍ତ୍ତନ ଆସି ନାହିଁ । ତେବେ ରାଜନାଥ ସିଂହ ଅନୁଭବୀ ହୋଇଥିବାରୁ ସହ ଏହି ସବୁ ପରିସ୍ଥିତିର ସାମନା ସେ କରିପାରିବେ ବୋଲି ଆଶା କରାଯାଉଛି ।

- ପ୍ରତିରକ୍ଷା ସହ ସଂଲଗ୍ନ ଅନେକ ପ୍ରସ୍ତାବ ବିତ୍ତ ମନ୍ତ୍ରାଳୟରେ ଅଟକି ରହିଛି । ତେବେ ଏସବୁ ପ୍ରତି ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ ଖୁବ ଶୀଘ୍ର କିଛି ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି ।

- ରାଜନାଥଙ୍କ ପ୍ରଥମ ଚ୍ୟାଲେଞ୍ଜ 15 ଲକ୍ଷ ସୈନିକଙ୍କୁ କିପରି ଯୋଗାଯିବ ହତିଆର । ଫଳରେ ଯୁଦ୍ଧ ଭଳି ପରିସ୍ଥିତିରେ ସେ ଶତୃ ଦେଶକୁ ସାମନା କରି ପାରିବେ । ଏହାସହ ଫାଇଟର ପ୍ଲେନ, ହେଲିକପ୍ଟର, ମାଇନସ୍ବିପର, ରାତ୍ରି କାଳୀନ ଲଢେଇ ଆଦିରେ ଦରକାର ପଡୁଥିବା ହତିଆର ଭରପୁର ପରିମାଣରେ ଭାରତକୁ ଆବଶ୍ୟକ ରହିଛି । ତେଣୁ ଏସବୁ ଅଧିଗ୍ରହଣ କରିବା ରାଜନାଥଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିବ ।

- DRDO ଉପରେ ବିଶେଷ ଧ୍ୟାନ ଦେବାସହ ରକ୍ଷା କ୍ଷେତ୍ରରେ ବେସରକାରୀ କମ୍ପାନୀର ସହାୟତାରେ କିଭଳି ରକ୍ଷା ଉତ୍ପାଦନ ବୃଦ୍ଧି କରିହେବ ସେଥିପ୍ରତି ରାଜନାଥଙ୍କୁ ଧ୍ୟାନ ଦେବାକୁ ପଡିବ । ମେକ ଇନ ଇଣ୍ଡିଆରେ ଫାଇଟର ଜେଟ, ହେଲିକପ୍ଟର ଓ ଅନ୍ୟ ପ୍ରତିରକ୍ଷା ଉପକରଣ କିଭଳି ନିର୍ମାଣ ହୋଇପାରିବ, ସେଥିପ୍ରତି ରାଜନାଥଙ୍କୁ ଦୃଷ୍ଟି ଦେବାକୁ ହେବ । DRDO ଆଗରୁ ନିଜର କ୍ଷମତା ପ୍ରଦର୍ଶନ କରିସାରିଛି । ଯଦି ରାଜନାଥ ସିଂ ବେସରକାରୀ ପାର୍ଟନରସିପକୁ ମଜବୁତ କରିବାରେ ସଫଳ ରୁହନ୍ତି ତେବେ DRDO ଭାରତକୁ ରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିପାରିବେ ବୋଲି ପ୍ରକାଶ ପାଇଛି ।

For All Latest Updates

ABOUT THE AUTHOR

...view details