ଅମରାବତୀ: ଆନ୍ଧ୍ରପ୍ରଦେଶର ଦୁଇ କୃଷକ ଭଉଣୀଙ୍କ ଶିକ୍ଷାର ସମସ୍ତ ଦାୟିତ୍ବ ନେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ । ବଲିଉଡ ଅଭିନେତାଙ୍କ ସହଯୋଗ ପରେ ଆଗେଇ ଆସିଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ।
ତେଲୁଗୁ ଦେଶମ ପାର୍ଟି(ଟିଡିପି) ମୁଖ୍ୟ ସୋନୁଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର ନାଗେଶ୍ବର ରାଓଙ୍କ ପରିବାରକୁ ଟ୍ରାକ୍ଟର ଯୋଗାଇଛନ୍ତି ସୋନୁ । ସୋସିଆଲ ମିଡିଆରେ ଦୁଇ ଭଉଣୀଙ୍କ ଲଙ୍ଗଳ କରୁଥିବା ଭିଡିଓ ଭାଇରାଲ ହେବା ପରେ ସୋନୁ ସେମାନଙ୍କୁ ଟ୍ରାକ୍ଟର ଦେବାକୁ ପ୍ରତିଶ୍ରୃତି ଦେବା ସହ ଏହା ପୂରଣ କରିଥିଲେ ।