ଓଡିଶା

odisha

ETV Bharat / bharat

ଲୋକସଭା ପରେ ରାଜ୍ୟସଭାରେ ଶକ୍ତି ବଢାଇବ ଏନଡିଏ - rs mp

ଚଳିତ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ଏବେ ରାଜ୍ୟସଭାରେ ନିଜର ଶକ୍ତି ବଢାଇବା ଲକ୍ଷ୍ୟରେ ରହିଛି ଶାସକ ଏନଡିଏ ମେଣ୍ଟ।

ଫାଇଲ ଫଟୋ

By

Published : Jun 4, 2019, 10:15 AM IST

ନୂଆଦିଲ୍ଲୀ: ଲୋକସଭା ପରେ ଏବେ ରାଜ୍ୟସଭାରେ ନିଜର ଶକ୍ତି ବଢାଇବାକୁ ଯାଉଛି ବିଜେପି ନେତୃତ୍ବାଧିନ ଏନଡିଏ ମେଣ୍ଟ । ଆଉ ଏହି କ୍ରମରେ ସଦ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ପୂର୍ବତନ ବିଦେଶ ସଚିବ ତଥା ବର୍ତ୍ତମାନର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଗୁଜୁରାଟରୁ ରାଜ୍ୟସଭାକୁ ପଠାଇବା ପାଇଁ ବିଜେପିର ଦଳୀୟ ମହଲରେ ଯୋଜନା ଚାଲିଛି।

ବର୍ତ୍ତମାନର ସ୍ଥିତିରେ ଗୁଜୁରାଟରୁ ଦୁଇଟି ରାଜ୍ୟସଭା ଆସନ ଖାଲି ହେଉଛି । ରାଜ୍ୟର ଗାନ୍ଧୀନଗର ଲୋକସଭା ଆସନରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିର୍ବାଚିତ ହେବା ପରେ ଗୋଟିଏ ଆସନ ଖାଲି ହେଉଛି । ସେହିପରି ଉତ୍ତର ପ୍ରଦେଶର ଆମେଠି ଲୋକସଭା ଆସନରୁ କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ବାଜିମାତ କରିବା ପରେ ଅନ୍ୟ ଆସନଟି ଖାଲି ହେଉଛି ।

ଅନ୍ୟପଟେ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ପାଟନାସାହିବ ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହେବା ପରେ ତାଙ୍କ ଆସନଟି ଖାଲି ହେବାକୁ ଯାଉଛି । ସେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଅମିତ ଶାହା ଏବଂ ସ୍ମୃତି ଇରାନୀ ଗୁଜୁରାଟରୁ ରାଜ୍ୟସଭାରେ ପ୍ରତିନିଧିତ୍ବ କରୁଛନ୍ତି । ଚଳିତ ଲୋକସଭା ନିର୍ବାଚନରେ ପ୍ରତିନିଧିତ୍ବ କରିନଥିବା ଏନଡିଏ ମେଣ୍ଟର ଅନ୍ୟତମ ଅଂଶୀଦାର ଦଳ ଲୋକ ଜନଶକ୍ତି ପାର୍ଟିର ମୁଖିଆ ତଥା କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶ୍ବାନଙ୍କୁ ଏହି ଆସନ ଛଡା ଯାଇପାରେ ବୋଲି ଚର୍ଚ୍ଚା ହେଉଛି।

ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ତାମିଲନାଡୁରୁ ରାଜ୍ୟସଭାକୁ ପଠାଇବା ପାଇଁ ବିଜେପି ପକ୍ଷରୁ ଏହାର ମେଣ୍ଟ ସହଯୋଗୀ ଏଆଇଏଡିଏମକେକୁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଏହାକୁ ଗ୍ରହଣ କରିନଥିଲା ଏଆଇଏଡିଏମକେ। ଏହି ଦଳ ପାଖରେ ବର୍ତ୍ତମାନ ଗୋଟିଏ ଆସନ ଖାଲି ପଡୁଛି। ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ଜଣେ କେନ୍ଦ୍ରମନ୍ତ୍ରୀ ଶପଥ ଗ୍ରହଣ କରିବାର 6 ମାସ ମଧ୍ୟରେ ତାଙ୍କୁ ରାଜ୍ୟସଭା କିମ୍ବା ଲୋକସଭାରୁ ନିର୍ବାଚିତ ହେବାକୁ ପଡିଥାଏ।

For All Latest Updates

ABOUT THE AUTHOR

...view details