ଓଡିଶା

odisha

ETV Bharat / bharat

ମୋଦିଙ୍କ ନାମରେ ଲାଗିବ ମୋହର, ସନ୍ଧ୍ୟାରେ ଏନଡିଏ ବୈଠକ

ଏନଡିଏର ସଂସଦୀୟ ଦଳ ବୈଠକ ଆଜି ସନ୍ଧ୍ୟା 5 ଟା ସମୟରେ ଅନୁଷ୍ଠିତ ହେବ । ଏଥିରେ ମେଣ୍ଟର ସମସ୍ତ ନବ ନିର୍ବାଚିତ ସାଂସଦ ସାମିଲ ହେବେ ।

By

Published : May 25, 2019, 10:51 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏର ରେକର୍ଡଭଙ୍ଗା ବିଜୟ ହାସଲ ପରେ ବର୍ତ୍ତମାନ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏନେଇ ଏନଡିଏର ସଂସଦୀୟ ଦଳ ବୈଠକ ଆଜି ସନ୍ଧ୍ୟା 5 ଟା ସମୟରେ ଅନୁଷ୍ଠିତ ହେବ । ଏଥିରେ ମେଣ୍ଟର ସମସ୍ତ ନବ ନିର୍ବାଚିତ ସାଂସଦ ସାମିଲ ହେବେ । ତେବେ ଏହି ବୈଠକରେ ହିଁ ମୋଦିଙ୍କୁ ଔପଚାରିକ ରୂପେ ସଂସଦୀୟ ଦଳର ନେତା ଭାବେ ଚୟନ କରାଯିବ ।

ସୂଚନା ଯୋଗ୍ୟ ଯେ, ନିର୍ବାଚନରେ ବିଜେପି ଏକୁଟିଆ 303 ଆସନରେ ବିଜୟ ହାସଲ କରି ଇତିହାସ ରଚିଛି । ସେହିଭଳି କଂଗ୍ରେସ ନେତୃତ୍ବାଧୀନ ୟୁପିଏକୁ 82 ଆସନ ମିଳିଥିବା ବେଳେ ମହାମେଣ୍ଟକୁ କେବଳ 15ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି ।

ତେବ ବିଜେପି ସମେତ ତାର ସମସ୍ତ ସହଯୋଗୀ ଦଳଙ୍କ ମଧ୍ୟରେ ଉତ୍ସୋବର ମାହୋଲ ଦେଖାଦେଇଛି । ସେପଟେ କ୍ୟାବିନେଟର ପଦବୀକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ABOUT THE AUTHOR

...view details