ଓଡିଶା

odisha

ETV Bharat / bharat

ସ୍ବଦେଶ ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

7ଦିନିଆ ଆମେରିକା ଗସ୍ତ ସାରି ଶନିବାର ସ୍ବଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପିର ହଜାର ହଜାର କାର୍ଯ୍ୟକର୍ତ୍ତା ତାଙ୍କର ଭବ୍ୟ ସ୍ବାଗତ କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Sep 28, 2019, 8:58 PM IST

ନୂଆଦିଲ୍ଲୀ: 7 ଦିନିଆ ଆମେରିକା ଗସ୍ତ ସାରି ଶନିବାର ସ୍ବଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାତି 8 ଟା 10 ମିନିଟ ସମୟରେ ଦିଲ୍ଲୀର ପାଲାମ ବିମାନ ବନ୍ଦରରେ ଅବତରଣ କରିଛନ୍ତି ମୋଦି । ତେବେ ବିଜେପିର ହଜାର ହଜାର କାର୍ଯ୍ୟକର୍ତ୍ତା ବିମାନବନ୍ଦର ବାହାରେ ତାଙ୍କର ଭବ୍ୟ ସ୍ବାଗତ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ପାଲମରୁ ଧୌଲାକୁଆଁ ରାସ୍ତାର ଦୁଇ ପାର୍ଶ୍ଵରେ ଭବ୍ୟ ଆୟୋଜନ କରାଯାଇଥିଲା । କିଛି କିଛି ଦୂରରେ ଷ୍ଟେଜ ଗୁଡିକ ନିର୍ମାଣ କରାଯାଇଛି । ଅଲଗା ଅଲଗା ରାଜ୍ୟର ବେଶଭୂଷା ପରିଧାନ କରି ନୃତ୍ୟ ପରିବେଷଣ କରି କଳାକାରମାନେ ପାରମ୍ପରିକ ରୂପରେ ମୋଦିଙ୍କୁ ସ୍ବାଗତ କରିଛନ୍ତି ।

ସେପଟେ ବିଜେପି ମୋଦିଙ୍କ ପାଇଁ ଏକ ରୋଡ ଶୋ' ର ମଧ୍ୟ ଆୟୋଜନ କରିଛି । ଏହି ରୋଡ ଶୋ' ରେ ଦିଲ୍ଲୀର ସମସ୍ତ ସାଂସଦ ଉପସ୍ଥିତ ରହିବେ ବୋଲି ଜଣାପଡିଛି ।

ABOUT THE AUTHOR

...view details