ଓଡିଶା

odisha

ETV Bharat / bharat

ଭୂସ୍ବର୍ଗ ତୁଷାରପାତର ଭରପୁର ମଜା ନେଉଛନ୍ତି ପର୍ଯ୍ୟଟକ - srinagar news

ଜମ୍ମୁ ତୁଷାରପାତର ଭରପୁର ମଜା ନେଲେ ପର୍ଯ୍ୟଟକ । ସତେ ଯେପରି ଧଳା ଚାଦର ଘୋଡିହୋଇଛି ଜମ୍ମୁ। ଅଧିକ ପଢନ୍ତୁ...

ଜମ୍ମୁ ତୁଷାରପାତର ଭରପୁର ମଜା ନେଲେ ପର୍ଯ୍ୟଟକ

By

Published : Nov 18, 2019, 11:55 AM IST

ଶ୍ରୀନଗର: ଧଳା ଚାଦରରେ ଢାଙ୍କି ହୋଇଛି ଜମ୍ମୁ। ଜମ୍ମୁରେ ପ୍ରଥମ ତୁଷାରପାତ ପରର ଦୃଶ୍ୟ ଖୁବ ମନୋରମ । ବରଫର ମଜାନେବାକୁ ଜମିଛି ପର୍ଯ୍ୟଟକଙ୍କ ଭିଡ। ଶୀତଳ ପରିବେଶ ସହ ଆହୁରି ମନଲୋଭା କରିଦେଇଛି ଏହି ବରଫପାତ । ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ରୋମାଞ୍ଚରେ ଭରପୁର ହୋଇ ଉଠିଛି ଜମ୍ମୁ । ଖୁବ ଆକର୍ଷଣୀୟ ହୋଇଛି ଏହି ଶ୍ବେତ ବରଫ ।

ଜମ୍ମୁ ତୁଷାରପାତର ଭରପୁର ମଜା ନେଲେ ପର୍ଯ୍ୟଟକ

ଉଭୟ ଦେଶୀ ଏବଂ ବିଦେଶୀ ପର୍ଯ୍ୟଟଙ୍କ ସୁଅ ଛୁଟୁଛି ତୁଷାରପାତ ଦେଖିବାଲାଗି । ଜମ୍ମର ରାମବାଣ ଜିଲ୍ଲାରେ ଅଧିକାଂଶ ଲୋକ ବ୍ୟବସାୟ ଉପରେ ନିର୍ଭର କରୁଥିବା ବେଳେ ଏହି ତୁଷାରପାତ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହ ବ୍ୟବସାୟରେ ହୋଇଛି ସହାୟକ । ସେଠାରେ ଥିବା ମାତା ବିଷ୍ଣୁଦେବୀ ମନ୍ଦିର ଦର୍ଶନ ସହ କିଣାକିଣିର ବେଶ ମଜା ଉଠେଇ ପାରିବେ ପର୍ଯ୍ୟଟକ ।

ସେପଟେ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ତୁଳନା କରି ଜଣେ ପର୍ଯ୍ୟଟକ କହିଛନ୍ତି, ଦିଲ୍ଲୀରେ ବିନା ମାସ୍କରେ ଘରୁ ବାହାରିବା ଅସମ୍ଭବ ହେଉଥିବା ବେଳେ ଏଠାକାର ହୀମପାତ ସତେ ଯେମିତି ସ୍ବର୍ଗ ଭଳି ମନେହେଉଛି ।

ଏହାସହ 270 କିଲୋମିଟର ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଲ୍ୟାଣ୍ଡସ୍ଲାଇଡ ଯୋଗୁଁ ଶୁକ୍ରବାର ଠାରୁ ବନ୍ଦ ରହିଥିଲା । ଫଳରେ ବନିହାଲ ଏବଂ ରାମବାଣ ଭିତରେ ପ୍ରାୟ 800 ଯାତ୍ରୀବାହୀ ଯାନବାହନ ମଧ୍ୟ ଅଟକି ରହିଥିଲା । ଆଜି ରାସ୍ତା ସଫା କରାଯାଇ ଖୋଲାଯାଇଛି । ସମସ୍ତ ଯାତ୍ରୀଙ୍କୁ ରହିବା ପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଥିଲା ।

For All Latest Updates

ABOUT THE AUTHOR

...view details