ସିମଲା: ହିମାଚଳ ପ୍ରଦେଶର ସୈଞ୍ଜ ଘାଟିର ଶୈରାର କୋଠୀର ଆରାଧ୍ୟ ଦେବତା ଭଗବାନ କଶୁ ନାରାୟଣ ଦୀର୍ଘ 60 ବର୍ଷପରେ କ୍ଷୀରଗଙ୍ଗାରେ ସାହି ସ୍ନାନ କରିଛନ୍ତି । ଏହି ଅବସରରେ ସମସ୍ତ ଦେବାଦେବୀ ମଧ୍ୟ ସ୍ନାନ କରିଛନ୍ତି । ଏହାକୁ ଦେଖିବା ପାଇଁ 5 ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।
60 ବର୍ଷ ପରେ କ୍ଷୀରଗଙ୍ଗାରେ ସ୍ନାନ କଲେ କଶୁ ନାରାୟଣ - କ୍ଷୀରଗଙ୍ଗା
ସୁଖ ଆଉ ସମୃଦ୍ଧିର ଦେବତା ଭଗବାନ କଶୁ ନାରାୟଣ । ଦୀର୍ଘ 60 ବର୍ଷପରେ କ୍ଷୀରଗଙ୍ଗାରେ ସାହି ସ୍ନାନ କରିଛନ୍ତି ଭଗବାନ ।
ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
ସୂଚନାନୂସାରେ, ଗତ 2 ସପ୍ତାହ ଧରି କଶୁ ନାରାୟଣ ବିଭିନ୍ନ ମନ୍ଦିର ପରିଭ୍ରମଣରେ ବାହାରିଥିଲେ। ଆଉ ସେଠାରେ ଦେବତା ମାନଙ୍କ ପକ୍ଷରୁ ପୂଜକ ମାନେ ଭଗବାନଙ୍କୁ ସ୍ବାଗତ କରିଥିଲେ । ଏହି ଉତ୍ସବରେ ଯୋଗଦେଇଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ ଦେଇଥିଲେ ।
ଏହାପରେ ଭଗବାନ କଶୁ ଶ୍ରଦ୍ଧାଳୁଙ୍କ ସହ କ୍ଷୀରଗଙ୍ଗାରେ ସାହି ସ୍ନାନ କରିବାପରେ ମଣିକର୍ଣ୍ଣ ଘାଟି ଓ ରୁପୀ ଘାଟି ହୋଇ ନିଜ ମନ୍ଦିରକୁ ପ୍ରବେଶ କରିଥିଲେ । ଶ୍ରଦ୍ଧାଳୁଙ୍କ ବିଶ୍ବାସ ରହିଛିଯେ, ଏହି ଦେବତାଙ୍କୁ ପୂଜାର୍ଚ୍ଚନା କରିଲେ ଆଶୀର୍ବାଦ ମିଳିଥାଏ ଏହାଦ୍ବାରା ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।