ଓଡିଶା

odisha

ETV Bharat / bharat

କାବୁଲରେ ଆତ୍ମଘାତୀ ବୋମା ବିସ୍ଫୋରଣ, 4 ମୃତ

କାବୁଲରେ ଆତ୍ମଘାତୀ ବୋମା ବିସ୍ଫୋରଣରେ 4 ଜଣଙ୍କ ମୃତ୍ୟୁ। ଏଭଳି ଘଟଣା ବୁଧବାର ସକାଳ ସମୟରେ ପଶ୍ଚିମ ନାନଘାର ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି ।

By

Published : Mar 6, 2019, 5:17 PM IST

ଫାଇଲ ଫଟୋ

କାବୁଲ: କାବୁଲରେ ଆତ୍ମଘାତୀ ବୋମା ବିସ୍ଫୋରଣରେ 4 ଜଣଙ୍କ ମୃତ୍ୟୁ । ଏହି ଭୟଙ୍କର ବିସ୍ଫୋରଣଟି ଜଲାଲବାଦ ବିମାନବନ୍ଦର ନିକଟସ୍ଥ ଏକ ନିର୍ମାଣଧୀନ କମ୍ପାନୀ ଉପରେ ଘଟିଛି । ଏଭଳି ଘଟଣା ବୁଧବାର ସକାଳ ସମୟରେ ପଶ୍ଚିମ ନାନଘାର ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି ।

ବିସ୍ଫୋରଣର ମାତ୍ରା ବହୁତ ଭୟଙ୍କର ଥିଲା । ଏଥିରେ ଅନ୍ୟ 5 ଜଣ ଲୋକ ଆହତ ହୋଇଥିବା ପୋଲିସ ଚିଫ୍ ଜେନେରାଲ ସନାୟା ସତନିକାଜୟା କହିଛନ୍ତି ।

ଏହାସହ ଅନ୍ୟ କେତେକ ଆକ୍ରମଣକାରୀ କମ୍ପାନୀ ମଧ୍ୟକୁ ପ୍ରବେଶ କରିବା ସହ ଗୁଳି ଚାଳନା ବର୍ତ୍ତମାନ ସ୍ଥିତିରେ ଜାରି ରଖିଛନ୍ତି । ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ଆମେରିକା ସେନା ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ତାଲିବାନ ଓ ଇସଲାମିକ ସଙ୍ଗଠନ ପଶ୍ଚିମ ଆଫଗାନିସ୍ଥାନରେ ଅତ୍ୟନ୍ତ ସକ୍ରିୟ ରହିଥାନ୍ତି । ଏହାସହ ନାନଘାର ଅଞ୍ଚଳ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଥାଏ ।

ABOUT THE AUTHOR

...view details