ଓଡିଶା

odisha

ETV Bharat / bharat

ଲାଲୁଙ୍କ ପରାମର୍ଶ ନେଉଛନ୍ତି ବିଜେପିର ‘ଶତ୍ରୁ’! - Shatrughan

ବିଜେପିରୁ ବାଦ ପଡିଲା ପରେ କାହା ଇସାରା ଓ ପରାମର୍ଶରେ କଂଗ୍ରେସରେ ଯୋଗ ଦେଇଛନ୍ତି ଶତ୍ରୁଘ୍ନ ସିହ୍ନା ସେ ନେଇ ଖୁଲାସା କରିଛନ୍ତି । ସେ ଆଉ କେହି ନୁହଁନ୍ତି ଆରଜେଡିର ବିଗ ବସ୍‌ ଲାଲୁ ପ୍ରସାଦ ଯାଦବ ବୋଲି କହିଛନ୍ତି ଶତ୍ରୁ ।

ଡିଜାଇନ ଫଟୋ

By

Published : Apr 1, 2019, 10:54 AM IST

ନୂଆଦିଲ୍ଲୀ: ବଲିଉଡରୁ ବିଜେପି ରାଜନେତା ସାଜିଥିବା ଶତ୍ରୁଘ୍ନ ସିହ୍ନା ବିଗତ କିଛି ସପ୍ତାହ ହେଲା ଜାତୀୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ପାଟ୍‌ନା ସାହିବ ଲୋକସଭା ଆସନରୁ ୨୦୦୯ ଓ ୨୦୧୪ରେ ଏହି ଆସନରୁ ବିଜେପି ଟିକେଟ୍‌ରେ ବିଜୟୀ ହୋଇଥିଲେଶତ୍ରୁଘ୍ନ ସିହ୍ନା । ମାତ୍ରଦଳୀୟ ନେତୃତ୍ୱତଥା ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ବିରୋଧ କରିବା କାରଣରୁ 19ରେ ଦଳୀୟ ଟିକେଟ୍‌ ପାଇବାରୁ ସେ ବାଦ୍‌ ପଡ଼ିଛନ୍ତି। ଏହାପରେ ସେ କଂଗ୍ରେସରେ ଯୋଗ ଦେବା ପାଇଁ ଘୋଷଣା କରିଥିଲେ। ଏବେ ସେ ବିଜେପିରୁ ବାଦ ପଡିଲା ପରେ କାହା ଇସାରା ଓ ପରାମର୍ଶରେ କଂଗ୍ରେସରେ ଯୋଗ ଦେଇଛନ୍ତି ସେ ନେଇ ଖୁଲାସା କରିଛନ୍ତି। ସେ ଆଉ କେହି ନୁହଁନ୍ତି ଆରଜେଡିର ବିଗ ବସ୍‌ ଲାଲୁ ପ୍ରସାଦ ଯାଦବ ବୋଲି କହିଛନ୍ତି ଶତ୍ରୁ ।

ସେ ଆହୁରି କହିଛନ୍ତି ଯେ କଂଗ୍ରେସ ଦେଶର ସବୁଠାରୁ ପୁରୁଣା ଜାତୀୟ ଦଳ। ଏହା ସହ ଦେଶର ମହାନ ଜନନେତା ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଜବାହାରଲାଲ ନେହରୁଙ୍କ ପ୍ରାଣକେନ୍ଦ୍ର କଂଗ୍ରେସ। ଏଥିପାଇଁ ଏହି ଦଳ ସହ ଯୋଡି ହେବା ପାଇଁ ନିଷ୍ପତି ନେଇଥିବା କଥା ସେ କହିଛନ୍ତି। ଏହି ଦଳରେ ଯୋଗଦେଲେ କିଛି ସମସ୍ୟା ନାହିଁ ବୋଲି ତାଙ୍କୁ ପାରିବାରିକ ବନ୍ଧୁ ଲାଲୁ ପ୍ରସାଦ କହିଥିଲେ ବୋଲି ସିହ୍ନା କହିଛନ୍ତି। ଲାଲୁଙ୍କ ପରାମର୍ଶ ପରେ କଂଗ୍ରେସରେ ଯୋଗଦେବାରେ ସେ ମୋହର ମାରିଥିଲେ।

ଶତ୍ରୁଘ୍ନ ସିହ୍ନା କହିଛନ୍ତି ଯେ ବିଜେପି ଛାଡିଲା ପରେ ତାଙ୍କୁ ଆମ୍‌ ଆଦ୍‌ମି ପାର୍ଟି, ତୃଣମୂଳ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିରେ ଯୋଗଦେବାକୁ ଦଳୀୟ ନେତୃବୃନ୍ଦ ନିମନ୍ତ୍ରଣ ଦେଇଥିଲେ। ମାତ୍ର ସେ କଂଗ୍ରେସରେ ଯୋଗ ଦେବାପାଇଁ ନିର୍ଣ୍ଣୟ ନେଇଥିବା କହିଛନ୍ତି । 6 ଏପ୍ରିଲରେ ବିଧିବଦ୍ଧ ଭାବରେ ଶତ୍ରୁଘ୍ନ ସିହ୍ନା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସର ଯୋଗ ଦେବେ ।

For All Latest Updates

ABOUT THE AUTHOR

...view details