ଓଡିଶା

odisha

ETV Bharat / bharat

ୟୁପି ସରକାରଙ୍କ ଅଭିନବ ଉପାୟ, ହ୍ବାଟସ୍ ଆପ୍ ମାଧ୍ୟମରେ ହେବ ଆଡମିଶନ

ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆଡମିଶନ ଆଦିକୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ୟୁପି ସରକାର ହ୍ବାଟସ୍ ଆପ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବା ପାଇଁ ଏକ ଉପାୟ ଖୋଜିଛନ୍ତି। ୟୁପିର ଶିକ୍ଷା ବିଭାଗ ମଧ୍ୟ ଏହି ଅନନ୍ୟ ପଦ୍ଧତି ବ୍ୟବହାର କରିବାକୁ ଦେଲେ ଅନୁମତି । ଅଧିକ ପଢନ୍ତୁ...

Admission to Lockdown will be done through WhatsApp
ୟୁପି ସରକାରଙ୍କ ଅନନ୍ୟ ଉପାୟ, ହ୍ବାଟସ୍ ଆପ୍ ମାଧ୍ୟମରେ ହେବ ଆଡମିଶନ

By

Published : May 8, 2020, 3:32 PM IST

ଲକ୍ଷ୍ନୌ: କୋରୋନା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିବା ବେଳେ ଜନ ଜୀବନ ଏକ ପ୍ରକାର ଠପ୍ ହୋଇ ଯାଇଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆଡମିଶନ ଆଦିକୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ୟୁପି ସରକାର ହ୍ବାଟସ୍ ଆପ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବା ପାଇଁ ଏକ ଉପାୟ ଖୋଜିଛନ୍ତି। ୟୁପି ବୋର୍ଡର ସମସ୍ତ ବିଦ୍ୟାଳୟରେ ହ୍ବାଟସ୍ ଆପ୍ ମାଧ୍ୟମରେ ହିଁ ନାମ ଲେଖାଯିବ । ୟୁପିର ଶିକ୍ଷା ବିଭାଗ ମଧ୍ୟ ଏହି ଅନନ୍ୟ ପଦ୍ଧତି ବ୍ୟବହାର କରିବାକୁ ଅନୁମତି ଦେଇଛି।

ଏହାପୂର୍ବରୁ ୟୁପିରେ ମାଧ୍ୟମିକ ଶିକ୍ଷା ବିଭାଗ 6, 7, 8, 9 ଏବଂ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ବିନା ପରୀକ୍ଷାରେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅତ୍ୟାଧୁନିକ ବ୍ୟବସ୍ଥା ଅନୁଯାୟୀ, ବିଦ୍ୟାଳୟ ପରିଚାଳକମାନେ ହ୍ବାଟସ୍ ଆପ୍ ମାଧ୍ୟମରେ ପରବର୍ତ୍ତୀ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ନାମ ଲେଖାଇ ପାରିବେ । ଏଥିପାଇଁ ବିଦ୍ୟାଳୟ ପରିଚାଳନା ପ୍ରିନ୍ସପାଲ୍ ଏବଂ ଶିକ୍ଷକଙ୍କ ମୋବାଇଲ୍ ନମ୍ବର ପ୍ରାଚାର କରିପାରିବ, ଯାହା ଦ୍ବାରା ପୂର୍ବ ଶ୍ରେଣୀରେ ପାସ୍ ହୋଇଥିବା ଛାତ୍ରମାନେ ପରବର୍ତ୍ତୀ ଶ୍ରେଣୀରେ ଆଡମିଶନ ପାଇଁ ଆବେଦନ କରିପାରିବେ। ଜୁଲାଇରେ ଲକଡାଉନ୍ ଖୋଲିବା ପରେ ବିଦ୍ୟାଳୟ ପରିଚାଳନା ଆଡମିଶନ କାଗଜପତ୍ର କରି ଏହାକୁ ସିଲ୍ କରିପାରେ। ଆହୁରି ମଧ୍ୟ, ବିଦ୍ୟାଳୟ ସ୍ୱୀକୃତିପ୍ରାପ୍ତ ଛାତ୍ରମାନଙ୍କୁ ଅନଲାଇନ୍ ଶିକ୍ଷା ବ୍ୟବସ୍ଥା ସହିତ ସଂଯୋଗ କରିପାରିବ।

ଲକ୍ଷ୍ନୌ ସହାୟକ ବିଦ୍ୟାଳୟ ଅମିନାବଦ୍ ଇଣ୍ଟର କଲେଜ ଅନଲାଇନ୍ ଆଡମିସନ୍ ପ୍ରକ୍ରିୟା ଆରମ୍ଭ କରିଛି । ପ୍ରିନ୍ସିପାଲଙ୍କ ମୁତାବିକ ଛାତ୍ରମାନେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆଡମିଶନ ନେଇପାରିବେ। ମ୍ୟାନେଜମେଣ୍ଟ ଅନୁଯାୟୀ ଛାତ୍ର ଜଣକ ନିଜ ପିତାଙ୍କ ନାମ, ଯେଉଁ ଶ୍ରେଣୀରେ ଆଡମିଶନ ନେବାକୁ ଚାହୁଁଛନ୍ତି, ମୋବାଇଲ୍ ନମ୍ବର, ଆଧାର ନମ୍ବର ଇତ୍ୟାଦି ଲେଖି ହ୍ବାଟସ୍ ଆପ୍ କରିପାରିବେ। ଏହା ପରେ ଛାତ୍ରଙ୍କୁ ଅନ୍ଲାଇନ୍ ଗ୍ରୁପରେ ଯୋଗ କରି ଅନ୍ଲାଇନ୍ ଶିକ୍ଷା ମଧ୍ୟ ଦିଆଯିବ। ପରେ ବିଦ୍ୟାଳୟ ଖୋଲିବା ପରେ ଅରିଜିନାଲ ଡକୁମେଣ୍ଟସ ମଗାଯାଇ ତାକୁ ବିଦ୍ୟାଳୟର ଆଡମିଶନ ରେକର୍ଡରେ ରଖାଯିବ ।

ABOUT THE AUTHOR

...view details